ଜନମତକୁ ସମ୍ମାନ ଦେଉଛୁ: ମୁଖ୍ୟମନ୍ତ୍ରୀ

0 65

ଭୁବନେଶ୍ୱର, ୬ା୧୧(ଡିକେ ନ୍ୟୁଜ): ଧାମନଗର ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁ ବେଳେ ଜନମତକୁ ସମ୍ମାନ ଦେଇ ଆସିଛି, ଧାମନଗର ଜନମତକୁ ସମ୍ମାନ ଦେଉଛୁ । ସେ କହିଛନ୍ତି, ଧାମନଗରରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ତାଙ୍କ ପୁଅକୁ ଟିକଟ୍‌ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ୨୦୨୪ ର୍ନିବାଚନର ବିଜେଡି ଜିତି ସରକାର କରିବ । କାହିଁକିନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ । ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏମିତି କହିଛନ୍ତି । ଏହି ଅବସରରେ ପ୍ରଭୁ ·ୱଲା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ୨୫ ବର୍ଷ ଶାସନ ରେକର୍ଡ ଭାଗିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଲୋକଙ୍କ ସହିତ ଅଛୁ । ଆଗାମୀ ୨୦୨୪ ନିର୍ବାଚନରେ ଜିତିବୁ । ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା ଓ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି । ୨୦୦୦ ମସିହାରେ ସରକାରକୁ ଆସିବା ବେଳେ ୫ ହଜାର କୋଟି ଟଙ୍କା ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ରେ ଏହା ବୃଦ୍ଧି ପାଇ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ । ଓଡ଼ିଶାର ବିକାଶ ହିଁ ଆମର ଏକମାତ୍ର ଲକ୍ଷ୍ୟ । ୨୦୨୪ରେ ବିଜେଡିର କାହା ସହ ଲଢେ଼ଇ ହେବା ନେଇ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “କିଛି ବର୍ଷ ହେବ ବିଜେପି ଦ୍ୱିତୀୟ ବୃହତ ଦଳ ଭାବେ ଉଭା ହୋଇଛି । ଏଠାରେ କଂଗ୍ରେସର ମଧ୍ୟ ଭଲ ସ୍ଥିତି ରହିଛି ।

Leave A Reply

Your email address will not be published.