ପଦ୍ମପୁର ପାଇଁ ପାଗ ଭିଡିଲା ବିଜେଡ ପ୍ରଥମ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ଦାୟିତ

0 68

ଭୁବନେଶ୍ୱର, ୮ା୧୧(ଡିକେ ନ୍ୟୁଜ): ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଯୋଗୁ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ପାଞ୍ଚଥର ବିଧାୟକ ହୋଇଥିବା ବରିହାଙ୍କ ପରେ ନୂଆ ଲୋକପ୍ରତିନିଧି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଉପନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ବଡ଼ ବ୍ୟବଧାନରେ ଗଡ଼ ବଜାୟ ରଖିବାକୁ ସମରସଜ୍ଜା ଆରମ୍ଭ କରିଛି । ଦଳର ଯୁକ୍ତି ହେଉଛି ବିଜୟ ରଞ୍ଜନ ସିଂ ବରିହା ଜଣେ ଲୋକପ୍ରିୟ ବିଧାୟକ ଥିଲେ । ତାଙ୍କର କେବଳ ପଦ୍ମପୁର ନୁହେଁ, ବରଗଡ଼ ଜିଲ୍ଲାରେ ଦବ୍‌ଦବା ଥିଲା । ୧୯୮୦,୧୯୮୫, ୨୦୦୦, ୨୦୦୪ ଏବଂ ୨୦୧୯ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ପଦ୍ମପୁରରେ ବିଜେଡି ବିଜୟ ବାନା ଉଡ଼ାଇବ ବୋଲି ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ଯୁବବର୍ଗ ବଦଳରେ ବରିଷ୍ଠଙ୍କ କାନ୍ଧରେ ଦାୟିତ୍ୱ ଦିଆଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ମଣ୍ଡଳୀ ପରି·ଳନା ଦାୟିତ୍ୱରେ ରହିବେ ପୂର୍ବତନ ସାଂସଦ ପ୍ରସନ୍ନ ଆ·ର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ । ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ । ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ । ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ । ସେହିପରି ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା । ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆ·ର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ, ନିରଂଜନ ବିଶି ଏବଂ ରୋହିତ ପୂଜାରୀ । ଅନ୍ୟ ନେତାଙ୍କୁ ବି ଖୁବ୍‌ଶୀଘ୍ର ଦାୟିତ୍ୱ ବଣ୍ଟାଯିବ । ସମ୍ପୂର୍ଣ୍ଣ ପ୍ର·ର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆ·ର୍ଯ୍ୟ । ସେପଟେ ବିଜେପି କୃଷକ ସେଲ୍‌ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଦଳର ଟିକେଟ୍‌ ଦୌଡରେ ଆଗରେ ରହିଛନ୍ତି । ଶ୍ରୀ ପୁରୋହିତ ପୁନର୍ବାର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ୪ ଜଣିଆ ନାମ ଏଆଇସିସିକୁ ପ୍ରଦାନ କରାଯାଇଛି । ବିଜେଡି ନିଜର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛି । ନିକଟ ଭବିଷ୍ୟତରେ ପ୍ରାର୍ଥୀ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିବ । ତେଣୁ ଧାମନଗରରେ ଉତ୍ସାହିତ ଥିବା ବିଜେପିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି । ୨୦୧୯ ନିର୍ବାଚନରେ ବିଜୟୀ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୮୩,୨୯୯, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୨୭୮୭ ଖଣ୍ଡ ଭୋଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ପ୍ରାର୍ଥୀ ରାଜୁ ଗିବେଲା ୪୫୧୨ ଖଣ୍ଡ ଭୋଟ ପାଇଥିଲେ । ତେଣୁ ଏଠାରେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଯଦି କଂଗ୍ରେସ ପୂର୍ବଭଳି ନ ଲଢେ, ତେବେ ତାହାର ଭୋଟ ନିର୍ଣ୍ଣାୟକ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୯୫୧ ମସିହାରୁ ୨୦୧୯ ମଧ୍ୟରେ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୬ ଥର ନିର୍ବାଚନ ହୋଇଛି । ବିଜେଡି ଏହି ଆସନକୁ ୩ଥର (୨୦୦୦,୨୦୦୯,୨୦୧୯) ଓ ବିଜେପି ଏହି ଆସନକୁ ଥରେ କେବଳ ମାତ୍ର(୨୦୧୪) ବିଜୟୀ ହୋଇଛି । ଅପରପକ୍ଷରେ କଂଗ୍ରେସ ଏହି ଆସନକୁ ସର୍ବାଧିକ ୭ଥର (୧୯୫୧, ୧୯୬୧, ୧୯୭୧, ୧୯୭୪,୧୯୮୦,୧୯୮୫ ଏବଂ ୨୦୦୪) ଜିତିଛି । ଅନ୍ୟ ଦଳଗୁଡ଼ିକ ମଧ୍ୟ ଜନକଂଗ୍ରେସ (୧୯୬୭) ଏବଂ ଗଣତନ୍ତ୍ର ପରିଷଦ (୧୯୫୭)ଥରେ ଲେଖାଏଁ ଏହି ଆସନରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.