ଆଜି ଆସିବେ ମହାମହିମ ସୁରକ୍ଷା ବଳୟରେ ପୁରୀ ଓ ଭୁବନେଶ୍ୱର

0 67

ଭୁବନେଶ୍ୱର, ୯ା୧୧ (ଡିକେ ନ୍ୟୁଜ୍‌): ଆସନ୍ତାକାଲିଠାରୁ ମହାମହିମଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ଲାଗି ଅଦ୍ଭୂତପୂର୍ବ ପ୍ରସ୍ତୁତି । ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳ ୧୦.୫୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ôଚବେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଗାର୍ଡ ଅପ୍‌ ଅନର ପ୍ରଦାନ ପରେ ସେ ପୁରୀ ଯିବେ । ଗସ୍ତକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ଫୁଲ ଡ୍ରେସ୍‌ ଓ କାରେକଡ୍‌ ରିହରସେଲ୍‌ କରିଛି ପୋଲିସ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ଚାରି ପ୍ଲାଟୁନ୍‌ ପୋଲିସ । ଦାୟିତ୍ୱରେ ରହିବେ ୨୦୦ ବରିଷ୍ଠ ଅଧିକାରୀ ସମେତ ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସ୍‌ପି ଓ ୨୦୦ ଏସ୍‌ଆଇ ଓ ଏଏସ୍‌ଆଇ । ଏଥିସହିତ ନିୟୋଜିତ ରହିବ ଡଗ୍‌ ସ୍କ୍ୱାଡ । ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ସବୁ ଥାନାକୁ ଆଲର୍ଟରେ ରଖାଯାଇଛି । ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ମେୟର ପ୍ରମୁଖ ଉପସ୍ଥିତ ରହିବେ । ଭୁବନେଶ୍ୱର ଏୟାରପୋର୍ଟରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସାରି ବେଢ଼ା ପରିକ୍ରମା କରିବେ । ୪୫ ମିନିଟ୍‌ର ଦର୍ଶନ କାର୍ଯ୍ୟକ୍ରମ ପରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ରାଜଭବନରେ ରହିଛି ମହାପ୍ରସାଦର ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସ୍‌ପି, ୧୮ ଡିଏସ୍‌ପି, ୩୦ ଇନ୍ସପେକ୍ଟର, ୧୧୦ ଏଏସ୍‌ଆଇ ଓ ଏସ୍‌ଆଇ ମୁତୟନ ହୋଇଛନ୍ତି । ପୁରୀରେ ମଧ୍ୟ ପୋଲିସ ପକ୍ଷରୁ କରାଯାଇଛି କାରକେଡ୍‌ ରିହରସେଲ । ପୁରୀରୁ ମହାମହିମ ଭୁବନେଶ୍ୱର ଆସି ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍‌ ରିସେପସନ୍‌ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ରାଜଧାନୀରେ ରାଷ୍ଟ୍ରପତିଙ୍କ ମାରାଥନ କାର୍ଯ୍ୟକ୍ରମ ରହିଛି । ୧୧ରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Leave A Reply

Your email address will not be published.