ତୃତୀୟ ସନ୍ଧ୍ୟାରେ ଦୁଲୁକିଲା କଳିଙ୍ଗ ବାଲିଯାତ୍ରା

0 65

ପାରାଦୀପ ,୦୯ା୧୧(ଡିକେ ନ୍ୟୁଜ): କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଓ ଚନ୍ଦ୍ରଗ୍ରହଣ ଯୋଗୁଁ ଦ୍ୱିତୀୟ ସନ୍ଧ୍ୟାରେ ଏତେଟା ଜନଗହଳି ହୋଇନଥିବା ବେଳେ ବୁଧବାର ଛାଡଖାଇ ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଓ ଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ଷ୍ଟଲ ମାନଙ୍କରେ ଲୋକମାନେ ଖାଦ୍ୟପେୟର ମଜ୍ଜା ଉଠାଇଥିବା ବେଳେ ସମସ୍ତ ଷ୍ଟଲରେ ଗହଳି ଲାଗି ରହିଥିଲା । ଏତଦ୍‌ବ୍ୟତୀତ ବାଲିଯାତ୍ରା ମଣ୍ଡପରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ, ଆଧୁନିକ ନୃତ୍ୟ, ଗୋଟିପୁଅ ଓ ମାହାଳି ନୃତ୍ୟ, ମେଲୋଡି ଇତ୍ୟାଦି ପରିବେଷଣ ହୋଇଥିଲା । ତେବେ ଚତୁର୍ଥ ସନ୍ଧ୍ୟାରେ ଆକର୍ଷଣୀୟ ହେବ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ପରିବେଷଣ ତେବେ ଆଠଦିନ ବ୍ୟାପି ଏହି ମହୋତ୍ସବରେ ବାକି ଦିନରେ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.