ବଢ଼ୁଛି ଇଲେକ୍ଟ୍ରିକ୍‌ ଗାଡ଼ିର ଲୋକପ୍ରିୟତା ମାସକରେ ଲକ୍ଷେ ୧୨ ହଜାର ବିକ୍ରି

0 44

ନୂଆଦିଲ୍ଲୀ,୧୦ା୧୧: ଭାରତୀୟଙ୍କ ମଧ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ିର (ଇଭି) ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ୍‌ ·ଳିତ ଗାଡ଼ି ତୁଳନାରେ ଗ୍ରାହକମାନଙ୍କ ଏକ ବଡ଼ ଭାଗ ଇଭି ଆଡ଼କୁ ଢଳିଛନ୍ତି ।ଚଳିତ ବର୍ଷ ଅକ୍ଟୋବରର ଦେଶରେ ୨୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି । ସେଥିରୁ ୧ ଲକ୍ଷ ୧୨ ହଜାର ହେଉଛି ଇଲେକ୍ଟ୍ରିକ ଗାଡ଼ି । ଗତବର୍ଷ ଏହି ମାସରେ ଇଭି ବିକ୍ରି ସଂଖ୍ୟା ୪୦ ହଜାରରୁ କମ୍‌ ଥିଲା । ବର୍ଷକ ଭିତରେ ବିକ୍ରିରେ ତିନି ଗୁଣା ବୃଦ୍ଧି ଘଟିଛି । ଇଭି ଲୋକମାନଙ୍କ ଦ୍ୱାରା ଗ୍ରହରୀୟ ହେଉଥିବା ଏହି ତଥ୍ୟ ଏକ ବଳିଷ୍ଠ ପ୍ରମାଣ ବୋଲି କୁହାଯାଇଛି । ଅଟୋମୋବାଇଲ୍‌ ଡିଲରମାନଙ୍କ ସଂଘ ଫାଡା ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବରରେ ୭୩,୧୬୯ଟି ଦୁଇଚକିଆ ଇଭି, ୩,୭୪୫ଟି ଇଭି କାର୍‌, ୨୬୪ଟି ଇଭି ବସ୍‌/ଟ୍ରକ୍‌ ଏବଂ ୩୪,୭୯୩ଟି ଇଭି ତିନିଚକିଆ ଯାନ ବିକ୍ରି ହୋଇଛି । ୨୦୨୧ ଅକ୍ଟୋବରରେ ଏହି
·ରିଟି ବର୍ଗରେ ଇଭି ବିକ୍ରି ହାତଗଣତି ଥିଲା । ୨୦୨୧ ଅକ୍ଟୋବରରେ ୧୯,୮୨୬ଟି ଇଭି ଦୁଇଚକିଆ, ୧,୩୪୬ଟି ଇଭି କାର୍‌, ୧୧୭ଟି ଇଭି ବସ୍‌/ ଟ୍ରକ୍‌ ଏବଂ ୧୮,୦୪୦ଟି ଇଭି ତିନିଚକିଆ ବିକ୍ରି ହୋଇଥିଲା । କିଛି ମାସ ପୂର୍ବରୁ ତିନିଚକିଆ ବର୍ଗରେ ସର୍ବାଧିକ ଇଭି ବିକ୍ରି ହେଉଥିଲା । ମାତ୍ର ପ୍ରତିଷ୍ଠିତ କଂପାନି ନୂଆ ନୂଆ ମଡେଲ୍‌ ଆଣିବା, ·ର୍ଜିଂ ଭିତ୍ତିଭୂମିରେ ଉନ୍ନତି, ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱାସରେ ବୃଦ୍ଧି ହୋଇଥିବା କାରଣରୁ
ଦୁଇ ଚକିଆ ଇଭି ଅଧିକ ବିକ୍ରି ହେଉଛି । ଚଳିତ ବର୍ଷ ଅକ୍ଟୋବରରେ ବିକ୍ରି ହୋଇଥିବା ମୋଟ ଇଭି ମଧ୍ୟରୁ ୬୯ ପ୍ରତିଶତ ହେଉଛି ଇଲେକ୍ଟ୍ରିକ୍‌ ସ୍କୁଟର ଓ ବାଇକ୍‌ । ଲୋକମାନେ ଇଲେକ୍ଟ୍ରିକ୍‌ ସ୍କୁଟର କିଣିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.