“କାଶ୍ମୀର ଫାଇଲ୍ସ’ ପରେ “ଦ ଭ୍ୟାକସିନ୍‌ ୱାର’

0 56

ମୁମ୍ବାଇ,୧୦ ।୧୧: ଚଳଚ୍ଚିତ୍ର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ଫିଲ୍ମ “କାଶ୍ମୀର ଫାଇଲ’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ । ଚଳଚ୍ଚିତ୍ରଟି ଦର୍ଶକଙ୍କ ଦ୍ୱାରା ଭଲ କଲେକସନ୍‌ କରିଥିଲା । “କାଶ୍ମୀର ଫାଇଲ’ପରେ ପ୍ରଶଂସକମାନେ ବିବେକଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି । ବିବେକ ପରବର୍ତ୍ତୀ ଚଳଚ୍ଚିତ୍ର “ଦି ଭ୍ୟାକସିନ୍‌ ୱାର’ । ତାହାକୁ ନେଇ ଏବେ ଘୋଷଣା କରିଛନ୍ତି । “ଭ୍ୟାକ୍ସିନ୍‌ ୱାର’ ବିଷୟରେ ବିବେକ ରଞ୍ଜନ ଅଗ୍ନିହୋତ୍ରୀ କହିଛନ୍ତି । ଯେତେବେଳେ କୋଭିଡ ଲକଡାଉନ୍‌ ସମୟରେ କାଶ୍ମୀର ଫାଇଲଗୁଡ଼ିକୁ ସ୍ଥଗିତ ରଖାଗଲା, ମୁଁ ଏହାର ଅନୁସନ୍ଧାନ ଆରମ୍ଭ କଲି । ତା’ପରେ ଆମେ ଆସିଏମ୍‌ଆର ଏବଂ ଏନ୍‌ଆଇଭିର ବୈଜ୍ଞାନିକମାନଙ୍କ ସହିତ ଅନୁସନ୍ଧାନ ଆରମ୍ଭ କଲୁ । ଯେଉଁମାନେ ଆମର ଟିକା ଉପରେ ସମ୍ଭବ କରିଥିଲେ । ସେମାନଙ୍କର ସଂଗ୍ରାମ ଏବଂ ବଳିଦାନର କାହାଣୀ ଅତ୍ୟନ୍ତ ଜବରଦସ୍ତ ଥିଲା । ଏଭଳି କାହାଣୀଟି ଦେଖାଇବା ଉଚିତ । ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିପାରିବେ । “ଭ୍ୟାକ୍ସିନ୍‌ ୱାର’ର ମୁକ୍ତିଲାଭ ପାଇଁ ୧୫ ଅଗଷ୍ଟ ୨୦୨୩ର ତାରିଖ ବୁକ୍‌ କରାଯାଇଛି । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ମାଲାୟାଲମ୍‌, କର୍ଣ୍ଣଡ, ଭୋଜପୁରୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଏବଂ ବଙ୍ଗାଳୀ ସହିତ ୧୧ ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.