ଜ୍ୟାକ୍‌ଲିନଙ୍କ ଜାମିନ ଅବଧି ଘୁଞ୍ଚିଲା

0 44

ମୁମ୍ବାଇ୧୧ ।୧୧: ବଢ଼ିଲା ଜ୍ୟାକ୍‌ଲନୀଙ୍କ ବେଲ୍‌ ଅବଧି । ଠକେଇ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବେଲ୍‌ ଅବଧିକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଲେ ଦିଲ୍ଲୀର ପଟିଆଲା କୋର୍ଟ । ଏହି ମାମଲାରେ ନିୟମିତ ଜାମିନ ନେଇ ନଭେମ୍ବର ୧୫ ତାରିଖରେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି । ଆର୍ଥିକ ହେରଫେର ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ସମ୍ପୃକ୍ତି ନେଇ ଇଡି ସ୍କାନରରେ ରହିଛନ୍ତି ଜ୍ୟାକ୍‌ଲିନ । ଅଭିନେତ୍ରୀଙ୍କରି ଠକ ସହିତ ସମ୍ପର୍କ ମାମଲାକୁ ଆହୁରି କଠିନ କରିଦେଇଛି । ସୁକେଶ ଜ୍ୟାକଲୀନଙ୍କ ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କୁ ବିଳାଶମୟ ସାମଗ୍ରୀ ଉପହାର ଦେଇଛନ୍ତି । ସୁକେଶ ନାଁରେ ପାଖାପାଖି ୩୦ ଠକେଇ ମାମଲାର ରହିଛି । ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହି ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି । ସୁକେଶ ଜେଲ୍‌ରେ ଥାଇ ବି ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ମାମାଲାରେ ଇଡି ଖୋଳତାଡ଼ କରୁଛି ।

Leave A Reply

Your email address will not be published.