ନେତା ବାଛିଲା ହିମାଚଳ: ୬୬% ମତଦାନ

0 61

ସିମଲା, ୧୨ା୧୧: ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଆଜି ହୋଇଥିବା ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ୬୬ ପ୍ରତିଶତ ଭୋଟଗ୍ରହଣ ହୋଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ନିର୍ବାଚନ କର୍ମ·ରୀମାନେ ଇଭିଏମ ଓ ଭିଭିପାଟ୍‌ ମେସିନଗୁଡ଼ିକୁ ସିଲ୍‌ କରିଦେଇଛନ୍ତି । ରାଜ୍ୟରେ ଆଜି ଗୋଟିଏ ପର୍ଯ୍ୟାୟରେ ସମସ୍ତ ୬୮ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଡିସେମ୍ବର ୮ରେ ଭୋଟ ଗଣତି ହେବ । ଆଜି ହିମାଚଳ ପ୍ରଦେଶର କେତେକ ସ୍ଥାନରେ ବରଫପାତ ହୋଇଥିଲେ ବି ଲୋକମାନେ ଉତ୍ସାହର ସହ ଭୋଟଦାନ ପାଇଁ ଆସିଥିଲେ । ରାଜ୍ୟର ଲାହୋଲ ଓ ସ୍ପିତି ଜିଲ୍ଲାରେ ଥିବା ତାସିଗାଙ୍ଗଠାରେ ରହିଛ ିଶ୍ୱର ସର୍ବୋଚ୍ଚ ପୋଲିଂ ବୁଥ୍‌ । ଏଠାରେ ୧୦୦ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ଏହି ଗାଁର ମୋଟ ଭୋଟର ସଂଖ୍ୟା ୫୨ ଥିବାବେଳେ ସମସ୍ତେ ଭୋଟ ଦେବାକୁ ଆସିଥିଲେ । ଏହା ସହିତ ଏହି ଗାଁ ଶତ ପ୍ରତିଶତ ଭୋଟଦାନର ଏକ ନୂଆ ରେକର୍ଡ କରିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଥିବାବେଳେ ପୁଣି ଥରେ ଜିତି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ଏହି ଦଳ । ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଥର ହେଉଥିବା ସରକାର ପରିବର୍ତ୍ତନର ଧାରା ଜାରି ରହିବ ବୋଲି କଂଗ୍ରେସ ଆଶା ବାନ୍ଧିଛି ।

Leave A Reply

Your email address will not be published.