ପଦ୍ମପୁର ଉପନିର୍ବାଚନ: ୩୨ ବିଧାୟକ ଓ ୧୧ ମନ୍ତ୍ରୀଙ୍କୁ ଦାୟିତ୍ୱ

0 62

ଭୁବନେଶ୍ୱର, ୧୨ା୧୧(ଡିକେ ନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ୫୮ଟି ପଞ୍ଚାୟତ ଓ ଏନ୍‌ଏସିର ୧୧ଟି ୱାର୍ଡ ପାଇଁ ୩୨ ବିଧାୟକ ଓ ୧୧ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ପଦ୍ମପୁର ନିର୍ବାଚନମଣ୍ଡଳୀ ଇନ·ର୍ଜ ଭାବେ ବରିଷ୍ଠ ଉପସଭାପତି ପ୍ରସନ୍ନ ଆ·ର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ମିଳିଥିବାବେଳେ ପଦ୍ମପୁର ବ୍ଲକ ଦାୟିତ୍ୱରେ ନିରଞ୍ଜନ ପୂଜାରୀ ଓ ପ୍ରତାପ ଜେନା ରହିଛନ୍ତି । ଏହି ବ୍ଲକ ଅଧୀନରେ ମୋଟ ୩ଟି ଜିଲ୍ଲା ପରିଷଦ ଜୋନ୍‌ ଥିବାବେଳେ ୧ ନମ୍ବର ଜୋନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨ ନମ୍ବର ଜୋନରେ ପ୍ରତାପ ଜେନା ଓ ଦେବେଶ ଆ·ର୍ଯ୍ୟ ଏବଂ ୩ ନମ୍ବର ଜୋନରେ ସରୋଜ ମେହେରଙ୍କୁ ଦାୟିତ୍ୱ ମିଳିଛି । ପଦ୍ମପୁର ବ୍ଲକ୍‌ରେ ମୋଟ ୨୨ଟି ପଞ୍ଚାୟତ ଥିବାବେଳେ ୧ ନମ୍ବର ଜୋନରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରୋହିତ ପୂଜାରୀ, ପର୍ଶୁରାମ ଧଡ଼ା, ନଳିନୀକାନ୍ତ ପ୍ରଧାନ ଓ ପ୍ରଭାସ ସିଂଙ୍କୁ ବିଭିନ୍ନ ପଞ୍ଚାୟତ ଆବଣ୍ଟିତ ହୋଇଛି । ସେହିପରି ୨ ନମ୍ବର ଜୋନରେ ଦେବେଶ ଆ·ର୍ଯ୍ୟ, ସ୍ୱରୂପ ଦାଶ, ରୁଦ୍ର ମହାରଥୀ, ପ୍ରଦୀପ ମାଝୀ, ବିଜୟ ନାୟକ, ଶିଶିର ପରିଜା, ସଂଗ୍ରାମ ପାଇକରାୟ ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି । ସେହିପରି ୩ ନମ୍ବର ଜୋନରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜଗନ୍ନାଥ ସାରକା, ରମେଶ ମାଝୀ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଓ ଅନୁଭବ ପଟ୍ଟନାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ପାଇକମାଳ ବ୍ଲକ ଇନ·ର୍ଜ ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନବ ଦାସ ରହିଥିବାବେଳେ ସେମାନଙ୍କ ଅଧୀନରେ ଥିବା ସେହି ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌ ଦାୟିତ୍ୱରେ ଯଥା୧ ନମ୍ବର ଜୋନ ଇନ·ର୍ଜ ଭାବେ ଅରୁଣ ସାହୁ ଓ ଟୁକୁନି ସାହୁ, ୨ ନମ୍ବର ଜୋନରେ ସ୍ନେହାଙ୍ଗିନୀ ଛୁରିଆ ଓ ୩ ନମ୍ବର ଜୋନରେ ଦିବ୍ୟଶଙ୍କର ମିଶ୍ର ରହିଛନ୍ତି । ଏହି ୩ ଜୋନରେ ମୋଟ ୨୨ଟି ପଞ୍ଚାୟତ ଥିବାବେଳେ ୧ ନମ୍ବର ଜୋନ୍‌ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ଅବନୀ ସାହୁ, ପ୍ରଶାନ୍ତ ବେହେରା, ବ୍ରଜ ପ୍ରଧାନ, ଲତିକା ପ୍ରଧାନ, ଅମରେଶ ପତ୍ରୀ, ଶୈଳେଶ ଦାନୀ ଓ ବିଷ୍ଣୁ କେଡ଼ିଆ ଥିବାବେଳେ ୨ ନମ୍ବର ଜୋନର ପଞ୍ଚାୟତ ଦାୟିତ୍ୱରେ ପ୍ରଶାନ୍ତ ମୁଦୁଲି, ମୁକେଶ ପାଲ, ମହୀଧର ରଣା, ବିକ୍ରମ ପଣ୍ଡା, ଯୋଗେଶ ସିଂ, ଚିନ୍ମୟ ସାହୁ ଓ ଦୀପନ ପତି ଅଛନ୍ତି । ସେହିପରି ୩ ନମ୍ବର ଜୋନରେ ଉମାକାନ୍ତ ସାମନ୍ତରାୟ, ଜଗନ୍ନାଥ ନାଏକ, ରମେଶ ବେହେରା, ମନୋହର ରନ୍ଧାରୀ, ସୁଶାନ୍ତ ରାଉତ, ଜନ୍ମେଜୟ ଲେଙ୍କା, ଦେବାଶୀଷ ମାରାଣ୍ଡି ଓ ଦେବାଶୀଷ ମହାନ୍ତି ଅଛନ୍ତି ।

Leave A Reply

Your email address will not be published.