ଖୁବ୍‌ଶୀଘ୍ର ବଢ଼ିବ ଶୀତ: ୪ ଡିଗ୍ରୀ ଖସିବ ପାରଦ

0 62

ଭୁବନେଶ୍ୱର, ୧୨ା୧୧(ଡିକେ ନ୍ୟୁଜ): ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ଫଳରେ ବର୍ତ୍ତମାନ ତୁଳନାରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଶୀତ ଅନୁଭୂତ ହୋଇନାହିଁ । ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମାନ୍ୟ ଥଣ୍ଡା ହେଉଛି । କିନ୍ତୁ ଦୁଇ ତିନି ମଧ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହେବା ସହିତ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଆଗକୁ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଦେଖାଯିବ । ଏହା ପ୍ରଭାବରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରିବ । ଏହାର ଶକ୍ତି ବଢ଼ିବା ଯୋଗୁଁ ରାଜ୍ୟକୁ ଆସୁଥିବା ସାମୁଦ୍ରିକ ବାୟୁ ଦୁର୍ବଳ ହେବ ଓ ଶୀତ ବୃଦ୍ଧି ପାଇବ । ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସିମିଳିଗୁଡ଼ାରେ ୧୨.୯ ଓ ବୌଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.