ପୁଣି ବିପତ୍ତି ଆଣିଲା କରୋନା, ଜାହାଜରେ ୮୦୦ ଯାତ୍ରୀ ସଂକ୍ରମିତ

0 62

ସିଡ୍‌ନୀ, ୧୨ା୧୧: ମଝି ସମୁଦ୍ରରେ ଖେଳିଗଲା ଆତଙ୍କ । ଭୟରେ ପରିଣତ ହୋଇଗଲା ଖୁସି । ଅଧାରେ ଅଟକି ଗଲା ଯାତ୍ରା । ପାଣି ଫାଟିଗଲା କ୍ରୁଜ ହଲିଡେ’ ଟ୍ରିପ୍‌ । କ୍ରୁଜ ଭିତରୁ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ମେଜେଷ୍ଟିକ୍‌ ପ୍ରିନ୍ସେନ କ୍ରୁଜରେ । ହଲିଡେ’ ଟ୍ରିପ୍‌ ପାଇଁ ଏହି ଲଗ୍‌ଜୁରୀ ଜାହାଜଟି ନ୍ୟୁଜିଲାଣ୍ଡରୁ ବାହାରିଥିଲା । ଏହି କ୍ରୁଜରେ ·ଳକଙ୍କୁ ମିଶାଇ ମୋଟ ୪,୬୦୦ ଯାତ୍ରୀ ଥିଲେ । ତେବେ ଯାଞ୍ଚ ବେଳେ ୮୦୦ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତେ ବଡ ସଂଖ୍ୟାରେ କରୋନା ପଜିଟିଭ ସାମ୍ନାକୁ ଆସିବା ପରେ ଜାହାଜ ଭିତରେ ଆତଙ୍କ ଖେଳିଯାଇଛି । ଫଳରେ ଅଧାରାସ୍ତାରେ ସିଡ୍‌ନୀ ସହରରେ କ୍ରୁଜ୍‌କୁ ଅଟକାଇବାକୁ ପଡିଛି । ଅଷ୍ଟ୍ରେଲିଆ କ୍ରୁଜ କାର୍ନିଭାଲ୍‌ ସଭାପତି ମାରଗୁଏରିଟ୍‌ ଫିଟଜଗେରାଲ୍ଡ କହିଛନ୍ତି, ଏହି ହଲିଡେ’ ଟ୍ରିପ୍‌ ୧୨ ଦିନର ଥିଲା । ଏହି ଟ୍ରିପ୍‌ରେ ବହୁ ସଂଖ୍ୟକ ଯାତ୍ରୀ ସାମିଲ ହୋଇଥିଲେ । ତେବେ କରୋନା ଯାଞ୍ଚ ବେଳେ ଅଧିକାଂଶ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ମନ୍ତ୍ରୀ କ୍ଲେୟର ଓନିଲ୍‌ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ ରହିବା ପାଇଁ ନିବେଦନ କରିଛନ୍ତି । ସେପଟେ ଏହି ଖବର ସାମ୍ନାକୁ ଆସବା ପରେ ଜାହାଜ କାର୍ଯ୍ୟ ବନ୍ଦ କରାଯାଇଛି । ଅଧିକାରୀମାନେ ନିୟମିତ କରୋନା ପ୍ରଟୋକଲ ପାଳନ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ସ୍ୱାସ୍ଥ୍ୟ ବିଭାଗ କ୍ରୁଜ ଭିତରୁ ଯାତ୍ରୀଙ୍କୁ କିଭଳି ବାହାରକୁ ଅଣାଯିବ ତାହା ନିର୍ଦ୍ଧାରିତ କରିବ । ଏଜେନ୍ସି ଯାତ୍ରୀ ଓ ·ଳକ ଦଳର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ଲଗାତର କରୋନା ମାମଲା ବଢ଼ିବାରେ ଲାଗିଛି । ଏଠାରେ ପରିସ୍ଥିତି ଚିନ୍ତା ଜନକ ରହିଛି । ରିପୋର୍ଟ ମୁତାବକ, ୨୦୨୦ ପ୍ରାରମ୍ଭରେ ମଧ୍ୟ ସମାନ କମ୍ପାନୀର ଜାହାଜରେ ବହୁ ସଂଖ୍ୟକ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ରୁବି ପ୍ରିନ୍ସେସ୍‌ ନାମକ ସେହି କ୍ରୁଜ୍‌ ଜାହାଜରେ ପ୍ରାୟ ୯୦୦ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.