୩୧ନଂ ଜିଲ୍ଲା ହେବ ପଦ୍ମପୁର?

0 74

ଭୁବନେଶ୍ୱର, ୧୩ା୧୧ (ଡିକେ ନ୍ୟୁଜ୍‌): ଓଡ଼ିଶାର ୩୧ନଂ ଜିଲ୍ଲା ହେବକି ପଦ୍ମପୁର ? ବିଜେଡିର ସମର୍ଥନ ଘୋଷଣା ପରେ ଜୋର ଧରିଲା ଦାବି । ଉପନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାକୁ ଅଡି ବସିଛି କ୍ରିୟାନୁଷ୍ଠାନ କମିଟି । ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ ସିଂଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳ ଭେଟିବା ନେଇ ଆଲୋଚନା ହୋଇଛି । ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏଥିନେଇ ଆନ୍ଦୋଳନ କରାଯାଇଥିଲା । ଗତକାଲି ସୁଶାନ୍ତ ସିଂ କହିଥିଲେ ପଦ୍ମପୁରକୁ ଜିଲ୍ଲା କରିବାକୁ ପ୍ରୟାସ ଜାରି ରହିଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସକାରାତ୍ମକ ହୋଇଛି । ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ । ଏହାପରେ ବିଜେଡି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ହୋଇଥିବା ଦାବିକୁ ବିଜେଡି ପୂର୍ଣ୍ଣ ସମର୍ଥନ କରୁଛି । ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ ହୋଇଥିବାରୁ ଏଭଳି ଦାବିକୁ ଦଳ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.