ଭୁବନେଶ୍ୱରରୁ ଲେଡି ବ୍ଲାକ୍‌ ମେଲରଙ୍କୁ ଉଠାଇ ନେଲା ରାଜସ୍ଥାନ ପୋଲିସ

0 77

ଭୁବନେଶ୍ୱର, ୧୩ା୧୧(ଡିକେ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଆଉ ଜଣେ ଲେଡି ବ୍ଲାକ୍‌ ମେଲରଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ସହାୟତାରେ ରାଜସ୍ଥାନ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳାଙ୍କ ନାମ ହେଉଛି ପ୍ରୀତି ଦେସାଇ । ମିଳିଥିବା ସୂଚନା ଅନୁସାରେ ପ୍ରୀତି ଦେସାଇଙ୍କ ନାଁରେ ଭିନ୍ନ ଭିନ୍ନ ରାଜ୍ୟରେ ଏକାଧିକ ମାମଲା ରହିଛି । ଏହି ମାମଲା ଗୁଡ଼ିକ ବ୍ଲାକମେଲିଂକୁ ନେଇ ଅର୍ଥ ଉପାର୍ଜନ କରିବାକୁ ନେଇ ରହିଛି । ତାଙ୍କ ଟାର୍ଗେଟରେ ଥିଲେ ଧନୀ ବ୍ୟବସାୟୀ । ସେ ସୋସିଶାଲ ମିଡିଆରେ ଧନୀ
ବ୍ୟବସାୟୀଙ୍କ ସହିତ ବନ୍ଧୁତା କରୁଥିଲେ । ବେଶ୍‌ ଘନିଷ୍ଠ ହେବା ପରେ ପ୍ରେମ ନିବେଦନ କରୁଥିଲେ । ତା’ପରେ ବିବାହ କରୁଥିଲେ । ତେବେ ତାଙ୍କ ବିବାହ ପଛରେ ଥାଏ ଛଳନା । ସେ କେବଳ ଟଙ୍କା ଆଦାୟ କରିବା ପାଇଁ ବିବାହ କରୁଥିଲେ । ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇ ତଥା ବିବାହ ପୂର୍ବରୁ ଭିଡିଓ କଲ୍‌ ବେଳେ ରଖିଥିବା ଫଟୋ ଆଦିକ ଭାଇରାଲ କରି ଦେବାର ଧମକ ଦେଇ ସେ ପତିମାନଙ୍କୁ କରୁଥିଲେ ବ୍ଲାକମେଲିଂ । ସେ ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ମଧ୍ୟ ଧମକ ଦେଉଥିଲେ । ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ତାଙ୍କ ଠାରୁ ଟଙ୍କା ଲୁଟି ସେ ଫେରାର ହୋଇଯାଇଥିଲେ । ଉକ୍ତ ବ୍ୟବସାଯୀଙ୍କ ଅଭିଯୋଗ ଅନୁସାରେ ସେଠାକାର କୋଟବାଲି ଥାନା ପୋଲିସର ଏକ ଟିମ ତାଙ୍କୁ ଧରିବାକୁ ଭୁବନେଶ୍ୱର ଆସିଥିଲା । ପୋଲିସ ପ୍ରୀତିକୁ ଗିରଫ କରିଥିବା ଜଣା ପଡିଛି ।

Leave A Reply

Your email address will not be published.