୧୬ରେ ଆଉ ଏକ ଲଘୁଚାପ

0 76

ଭୁବନେଶ୍ୱର, ୧୩ା୧୧(ଡିକେ ନ୍ୟୁଜ): ଆସୁଛି ଆଉ ଏକ ଲଘୁ·ପ । ଆସନ୍ତା ୧୬ ତାରିଖ ଆଡକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ । ଅନ୍ୟପଟେ ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ଖସିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୪ ସହର ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହୁଛି । ଦାରିଙ୍ଗବାଡ଼ି ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଏବେ ବୌଦ୍ଧ ଓ ଫୁଲବାଣୀରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.