୧୦ କୋଟିର ମାଲିକାଣୀ ଅର୍ଚ୍ଚନା ନାଗ

0 96

କଟକ,୧୩ା୧୧(ଡିକେ ନ୍ୟୁଜ): ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା ଏସଆଇଟି ବୈଠକରେ ରିପୋର୍ଟ ଉପସ୍ଥାପନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କଳାଧନ ଠାବ କରିବାକୁ ନେଇ ଗଠିତ ହୋଇଥିବା ଏସଆଇଟି ବୈଠକ ଆଜି ଜଷ୍ଟିସ ଅରଜିତ ପଶୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ତେବେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ପୋଲିସର ଭୂମିକାକୁ ନାପସନ୍ଦ କରିଛନ୍ତି ଜଷ୍ଟିସ ପଶାୟତ । ଆଗକୁ ଅର୍ଚ୍ଚନା ମାମଲାର ତଦନ୍ତ ଆୟକର ବିଭାଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ବଢି ·ଲିଥିବା ନିଶା କରବାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ । ଜଳେଶ୍ୱର ରାଜ୍ୟର ବ୍ରାଉନସୁଗାର ହବ୍‌ ପାଲଟିଛି ବୋଲି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବୈଠକରେ ରିପୋର୍ଟ ଦେଇଛି । ନିକଟରେ ଗିରଫ ହୋଇଥିବା ଜଣେ ଡ୍ରଗ୍ସ ମାଫିଆର ସମ୍ପତ୍ତି ୧୦୦ କୋଟିରୁ ଊଦ୍ଧ୍ୱର୍ ହେବ ବୋଲି ଏନସିବି ପକ୍ଷରୁ ଏସଆଇଟି ବୈଠକରେ ତଥ୍ୟ ରଖାଯାଇଛି । ତେବେ ଅର୍ଚ୍ଚନା ନାଗ ମାମଲାରେ ଇଡି ଅଧିକ କ୍ରୀୟାଶୀଳ ହୋଇପାରିଲେ ଆହୁରି ଅଧିକ ତଥ୍ୟ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଇଡି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି । ତା ପୂର୍ବରୁ ତାଙ୍କ ବାପାଙ୍କୁ ପଚରାଉଚରା ଆରମ୍ଭ ହୋଇଯାଇଥିଲା । ଇଡି ପାଖରେ ହାଜର ହେବା ପରେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପଟେ ୧୦ ଦିନ ପାଇଁ ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ସହୋଯୋଗୀ ଖଗେଶ୍ୱରକୁ ପଚରାଉଚରା ଜାରି ରଖିଛି ଇଡି । ହେଲେ ଖଗେଶ୍ୱର ଟଙ୍କା ନେଣଦେଣ ନେଇ ହିସାବ ଦେଇପାରୁ ନାହିଁ । ତେବେ ଆର୍ଥିକ କାରବାର, ବ୍ୟାଙ୍କ୍‌ ଟ୍ରାଞ୍ଜାକ୍ସନର କିଛି ତଥ୍ୟ ମିଳିଛି । ଏନେଇ ଅର୍ଚ୍ଚନାଙ୍କୁ ଜେରା କରିପାରେ ବୋଲି ସୂଚନା ମିଳିଛି । ସେପଟେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ବିରୋଧରେ ଅଭିଯୋଗକାରୀଙ୍କୁ ମଧ୍ୟ ଇଡି ପଚରାଉଚରା କରିବ । ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ କେଉଁ ଉପାୟରେ ଟଙ୍କା ଆୟ କରୁଥିଲେ ଓ କିଏ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବ ଇଡି । ଏଥିପାଇଁ ଆଜି ତୃତୀୟ ଦିନ ରିମାଣ୍ଡରେ ନେଇ ଅଭିଯୋଗକାରିଣୀଙ୍କୁ ଜେରା ଚଳାଇଛନ୍ତି ଇଡି ଅଧିକାରୀ ।

Leave A Reply

Your email address will not be published.