ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀ

0 58

ପଦ୍ମପୁର, ୧୪ା୧୧(ଡିକେ ନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏଥର ବି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ଝିଅ ତଥା ବିଜେପି ନେତା ରମାରଞ୍ଜନ ବଳିୟାରସିଂହଙ୍କ ପୁତ୍ରବଧୂ ବର୍ଷା ସିଂ ବରିହାଙ୍କ ନାଁରେ ମୋହର ମାରିଛନ୍ତି ଦଳର ସୁପ୍ରିମୋ । ପ୍ରାର୍ଥୀ ଘୋଷଣା ପରେ ବାପାଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ ବର୍ଷା । ବାପାଙ୍କ ଉପରେ ପଦ୍ମପୁରବାସୀ ଭରସା ଦେଖାଇଥିଲେ । ତାଙ୍କୁ ବି ଆଶୀର୍ବାଦ କରିବେ ବୋଲି ବର୍ଷା କହିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ସେ ଲୋକଙ୍କ ପାଖକୁ ଯିବେ । ରାଜନୀତି ମୈଦାନରେ ବାପାଙ୍କ କାମ ଦେଖି ସେ ଶିଖିଛନ୍ତି । ପଦ୍ମପୁର ବିକାଶ ପାଇଁ ବାପାଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ବର୍ଷା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବାକୁ ବିଞ୍ଝାଲ ସମାଜ ନିବେଦନ କରିଥିଲା । ପ୍ରାର୍ଥୀ ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଏଥର ବି ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ôଚବ ବିଜେଡି । ପଦ୍ମପୁର ଜିଲ୍ଲା ପୁନର୍ଗଠନ ଦାବିକୁ ବିଜେଡି ପୂର୍ଣ୍ଣ ସମର୍ଥନ ଜଣାଇଛି । ଉଠା ଜଳସେଚନରୁ ଆରମ୍ଭକରି ସଡ଼କ, ସେତୁ, କୃଷକ ବଜାର ଭିତ୍ତିଭୂମି, ପଦ୍ମପୁର ବିକାଶ ପାଇଁ ଅନେକ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଆଗକୁ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଦଳ ନିବେଦନ କରିଛି । ଆସନ୍ତା ୧୬ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଛି ଏହି ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତ ମାସ ୧୭ ତାରିଖ ଯାଏଁ ·ଲିବ ନୋମିନେସନ୍‌ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.