ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ: ଖାଉଟି କଲବଲ

0 74

ନୂଆଦିଲ୍ଲୀ, ୧୪ା୧୧: ଦେଶରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ । ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି । ଦରଦାମ୍‌ ନିୟନ୍ତ୍ରଣ କରିବାକୁ ଏବଂ ସାଧାରଣ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାଲି, ଖାଇବା ତେଲ, ପିଆଜ, ଚିନି ଏବଂ ଗହମ ଯୋଗାଣ ବୃଦ୍ଧି ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ଅପରପକ୍ଷେ ଅଟା ଦରରେ ଅହେତୁକ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବଜାରରେ ବର୍ତ୍ତମାନ ଅଟା କିଲୋ ୪୫ ଟଙ୍କା ଛୁଇଁଲାଣି । ଏଥିରେ ଖାଉଟି ଅତିଷ୍ଠ । ଖୁଚୁରା ବଜାରରେ ଅଟା ମୂଲ୍ୟରେ ହେଉଥିବା ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଖୋଲା ବଜାରରେ ଗହମ ବିକ୍ରି କରିବା ସମ୍ଭାବନା ରହିଛି । ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ପ୍ରମୁଖ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଏବଂ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ସରକାର ଗହମ ରପ୍ତାନି ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ନିକଟରେ ଅଟା ମିଲଗୁଡିକ ଗହମ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ·ହିଦା ଏବଂ ଯୋଗାଣ ଜନିତ ସମସ୍ୟା ସୃଷ୍ଟି ହୋଇଛି । ଏହାର ପ୍ରଭାବ ସ୍ୱରୂପ ବଜାରରେ ଅଟା ମହଙ୍ଗା ହୋଇଛି । ମିଲଗୁଡିକର କହିବା ହେଉଛି କେନ୍ଦ୍ର ସରକାରଙ୍କ ବଫର ଷ୍ଟକ୍‌ରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଗହମ ମହଜୁଦ ରହିଛି । ତାହାକୁ ସରକାର ଖୋଲା ବଜାରକୁ ବିକ୍ରି ପାଇଁ ଛାଡିବା ଉଚିତ୍‌ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ମଧ୍ୟ ଖୋଲା ବଜାରକୁ ପର୍ଯ୍ୟାପ୍ତ ପରିମାଣର ଗହମ ଛାଡି ଯୋଗାଣ ବୃଦ୍ଧି ଜରିଆରେ ଦର କମାଇବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.