ରାଜ୍ୟରୁ ହଟିବ୍‌ ଡ୍ରପ୍‌ଆଉଟ୍‌ ସମସ୍ୟା ଅଧାରୁ ପାଠ ଛାଡ଼ିବେନି ପିଲା

0 76

ଭୁବନେଶ୍ୱର, ୧୪ା୧୧ (ଡିକେ ନ୍ୟୁଜ୍‌): ସୁଧୁରିବ ଡ୍ରପ୍‌ଆଉଟ୍‌ ସମସ୍ୟା । ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ଲାଗି ମିଶନ ମୋଡରେ ଚାଲିବ କାମ । ଶିକ୍ଷକମାନେ ଘର ଘର ବୁଲି ସ୍କୁଲ ଛାଡ଼ିବାର କାରଣର ସମୀକ୍ଷା କରିବେ । ଶିଶୁଙ୍କ ଶିକ୍ଷାଗତ ସୁରକ୍ଷାକୁ କ୍ରିୟାଶୀଳ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଶିଶୁଦିବସରେ ସରକାରଙ୍କ ଏଭଳି ନୂଆ ଆଭିମୁଖ୍ୟକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି । ପିଲାମାନେ କିଭଳି ସ୍କୁଲକୁ ଯିବେ, ସେ ଦିଗରେ ପ୍ରଶାସନ କାମ କରିବ । ପିଲାଙ୍କୁ ସ୍କୁଲ ପଠାଇବାରେ ଯଦି ଅଭିଭାବକ ଅସମର୍ଥ ତେବେ ତାହା ପ୍ରଶାସନକୁ ଅବଗତ କରାଯିବ । ଅଧାରୁ ପାଠ ଛାଡ଼ିବାର କାରଣ ଖୋଜାଯିବା ସହ ଅଙ୍ଗନବାଡ଼ି ଓ ସ୍ୱେଚ୍ଛାସେବୀ ସଂଗଠନର ସହାୟତା ନିଆଯିବ । କୋଭିଡ୍‌ ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିବାରୁ ଏହାକୁ ସୁଧାରିବା ଲାଗି ଉଦ୍ୟମ କରାଯିବ । ପୂର୍ବରୁ ଦାଦନ ରୋକିବାକୁ ୫ ଜିଲ୍ଲାର ୨୩୬ ସ୍ୱତନ୍ତ୍ର ସେଣ୍ଟରରେ ହଷ୍ଟେଲ ବ୍ୟବସ୍ଥା କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ପିଲା କିଭଳି ସ୍କୁଲକୁ ଆସିବେ ସେହି ଦାୟିତ୍ୱକୁ ଶିକ୍ଷକମାନେ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି । ବିଶେଷକରି ଉପାନ୍ତ ଓ ଅପହଞ୍ଚ ଇଲାକାରେ କିଭଳି ସ୍ଥିତି ସୁଧୁରିବ ସେ ଦିଗରେ ଉଦ୍ୟମ ଜାରି ରହିଛି ।
ସରକାରଙ୍କ ଏଭଳି ଉଦ୍ୟମକୁ ଅଭିଭାବକ ମହଲ ମୂଳକ ପାଠ୍ୟକ୍ରମ ଖୋଲିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ୧୯ଟି ବିଦ୍ୟାଳୟ ଚୟନ କରାଯାଇଥିବା ବେଳେ ସମ୍ବଲପୁରରେ ୪୯, ସୋନପୁରରେ ୧୦ଟି ବିଦ୍ୟାଳୟ ଚୟନ କରାଯାଇଛି । ଧନ୍ଦାମୂଳକ ଶିକ୍ଷାର ପରି·ଳନା ପାଇଁ ଓସେପା (ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ)କୁ ଦାୟିତ୍ୱ ଦିଆଯାଇଛି । ଓସେପା ପକ୍ଷରୁ ସ୍କୁଲଗୁଡ଼ିକୁ ଚୟନ କରାଯାଇଥିବା ବେଳେ ତୃତୀୟ ପକ୍ଷ ତଥା ଆଉଟ୍‌ ସୋର୍ସିଂ ସଂସ୍ଥା ଦ୍ୱାରା ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ ।

Leave A Reply

Your email address will not be published.