ଖେରସନ ସହରରେ ଶବର ପାହାଡ ୪୦୦ରୁ ଅଧିକ ମୃତଦେହ ଉଦ୍ଧାର

0 77

ନୂଆଦିଲ୍ଲୀ: ଶବର ପାହାଡ଼ରେ ୟୁକ୍ରେନର ଖେରସନ ସହର । ଋଷର ପ୍ରଚଣ୍ଡ ପ୍ରହାରରେ ସୁନ୍ଦର ଖେରସନ ସହର ଏବେ ନର୍କ ପାଲଟି ଯାଇଛି । ଯୁକ୍ରେନ ସୈନ୍ୟ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ ମଧ୍ୟ ଏବେବି ମଣିଷ ରକ୍ତ ବାସ୍ନା ସହରରୁ ଆସୁଛି । ଗୋଟିଏ ଦିନରେ ଖେରସନରୁ ୪୦୦କୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭାଲଡିମିର ଜେଲେସ୍କି ଦେଶବାସୀଙ୍କ ଆଗରେ ଋଷ୍‌ ବର୍ବରତାର କାହାଣୀ ବଖାଣିଛନ୍ତି । ଖେରସନରୁ ଲାଗାତର ୟୁକ୍ରେନ ସୈନ୍ୟ ଓ ସାଧାରଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଉଛି । ସହର ଉପରେ ଋଷ୍‌ ୪୦୦ରୁ ଅଧିକ ଥର ବିସ୍ଫୋରଣ କରିଥିବା ଜେଲେସ୍କି କହିଛନ୍ତି । ଖେରସନ ସହରକୁ ଦକ୍ଷିଣ ଅପରେସନାଲ ସେନା ନିଜ ଅକ୍ତିଆରକୁ ନେଉଛନ୍ତି । ଖୁବ୍‌ଶୀଘ୍ର ସବୁଠୁ ବଡ଼ ସହରକୁ ମୁକ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଜେଲେସ୍କି । ମିଡିଆ ରିପୋର୍ଟ ଅନୁଯାୟୀ, ୟୁକେନ ସୈନ୍ୟ ଖେରସନ ସହରର ୩୦ ପ୍ରତିଶତ ଅଞ୍ଚଳକୁ ନିଜ ଅଧିନକୁ ନେଇଛନ୍ତି । ବାକି ୭୦ ପ୍ରତିଶତ ଅଞ୍ଚଳକୁ ଶୀଘ୍ର ମୁକ୍ତ କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି । ଋଷ୍‌-ୟୁକ୍ରେନ ଯୁଦ୍ଧ ୯ ମାସରେ ପହଞ୍ଚି । ଆର୍ଥିକ ସମସ୍ୟାରେ ଜୁଝି ହେଉଛନ୍ତି ଉଭୟ ଦେଶ, ହେଲେ ତଥାପି ଥମିବାର ନାଁ ଧରୁନି ଯୁଦ୍ଧ । ଏପଟେ ଋଷ୍‌ ସେନା ଧୀରେ ଧୀରେ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.