ପ୍ରେମ ସମ୍ପର୍କର ବିଭତ୍ସ ପରିଣାମ ପ୍ରେମିକାକୁ ୩୫ ଖଣ୍ଡ କଲା ପ୍ରେମିକ -ବାହାହେବାକୁ ଜିଦ୍‌ କରିବାରୁ ହତ୍ୟା

0 51

ନୂଆଦିଲ୍ଲୀ: ଯେତେବେଳେ ସାରା ସହର ଶୋଇଯାଏ । ସେ ବାହାରିପଡେ଼ ନିଃସ୍ତଦ୍ଧ ରାତିରେ । ଘନ ଅନ୍ଧକାର ବିଜୁଳି ଆଲୁଅରେ କାଁ ଭାଁ ଶୋର ଶଦ୍ଧରେ ଅତି ସନ୍ତର୍ପଣରେ ସେ ବାହାରି ପଡେ଼ । କେବେ ହାତରେ କଟାମୁଣ୍ଡ ଥାଏ ତ’ ପୁଣି କେବେ ହାତ । ଏମିତି ୧୮ ଦିନ ଧରି ନିଜ ପ୍ରେମିକାର ମୃତ ଦେହକୁ ଜଙ୍ଗଲରେ ପୋତିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର ଏକ ଭୟଙ୍କର ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ପ୍ରେମିକ ନିଜ ଲାଇଫ ପାର୍ଟନରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ୩୫ ଖଣ୍ଡ କରିବା ଭଳି ଲୋମଟାଙ୍କୁରା ଘଟଣା ଦିଲ୍ଲୀରେ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଶ୍ରଦ୍ଧା । ଅଭିଯୁକ୍ତ ଜଣକ ହେଲେ ଅଫତାବ ଅମିନ ପୁନୱାଲା । ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି । ପୁଲିସ କହିଛି ଯେ, ପ୍ରେମିକ ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍‌ କରି ଫ୍ରିଜରେ ରଖିଥିଲା । ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ । ଗତ ମେ ୧୮ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା । ଏଥିରେ ଅଫତାବ ଉତ୍‌କ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍‌ ରଖିଥିଲେ । ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା । ୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା । ଉଭୟେ ଏକାଠି ରହୁଥିଲେ । କିନ୍ତୁ ଏହି ପ୍ରେମ ସମ୍ପର୍କକକୁ ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ । ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ । ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହିବାକୁ ଲାଗିଲେ । ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଝିଅର ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ । ଯେତେବେଳେ ସେ ଫ୍ଲାଟରେ ପହଞ୍ଚିଲେ ତାହା ତାଲା ପଡ଼ିଥିଲା । ଏନେଇ ସେ ମେହରୁଲି ପୁଲିସରେ ଅଭିଯୋଗ କଲେ । ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ପ୍ରକୃତ ଗୁମର ଜାଣିବାକୁ ପାଇଥିଲା । ପୁଲିସ କହିବା ଅନୁଯାୟୀ ଶ୍ରଦ୍ଧା ତାଙ୍କ ପ୍ରେମିକ ଅଫତାବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଫତାବ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.