୨୦ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ

0 45

ଭୁବନେଶ୍ୱର, ୧୫ା୧୧(ଡିକେ ନ୍ୟୁଜ): ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି । ଓଡ଼ିଶାର ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି । ଆଜି ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ତଳେ ରେକର୍ଡ କରାଯାଇଛି । ଏଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିଅସ୍‌ ରେକର୍ଡ କରାଯାଇଛି । ଆଗାମୀ ୩ରୁ ୪ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣେ ଦ୍ୱିତୀୟ ସ୍ଥାନରେ ରହିଛି କୋରାପୁଟର ଶିମିଳିଗୁଡ଼ା । ଏଠାକାର ରାତିର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ରହିଛି ୯ ଡିଗ୍ରି । ତା ତଳକୁ ରହିଛି ଫୁଲବାଣୀ-୧୦.୫ ଡିଗ୍ରି, କୋରାପୁଟ-୧୧, ଦାରିଙ୍ଗିବାଡ଼ି୧୧, ଦେବଗଡ଼-୧୩, ହୀରାକୁଦ-୧୩.୩, ବୌଦ୍ଧ ଓ ରାଣିତାଲ(ଭଦ୍ରକ)-୧୩.୫, ଢେଙ୍କାନାଳ ଓ ନୟାଗଡ଼-୧୩.୫, ସୋନପୁର-୧୪.୬ ଓ ସମ୍ବଲପୁର-୧୪.୯ ଡିଗ୍ରି । ଏଣେ କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୬.୪ ଥିବାବେଳେ ଭୁବନେଶ୍ୱରରେ ଏହା ୧୬ ଡିଗ୍ରି ସେଲସିଅସ୍‌ ରେକର୍ଡ କରାଯାଇଛି ।

Leave A Reply

Your email address will not be published.