ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଏଣିକି ଗାଁରେ ବସିବ କଚେରୀ

0 75

ନୂଆଦିଲ୍ଲୀ, ୧୫ା୧୧: ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ଗ୍ରାମ୍ୟ ନ୍ୟାୟାଳୟ ଅଧିନିୟମ ୨୦୦୮ ଅନୁସାରେ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପିତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ଏ ସଂକ୍ରାନ୍ତରେ ଦାୟର ହୋଇଥିବା ଏକ ପିଟିସନ ବି·ର କରି ସବୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ
ଅବଦୁଲ ନଜିର ଓ ଜଷ୍ଟିସ ବି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ମାମଲାରେ ହାଇକୋର୍ଟକୁ ପ୍ରତିବାଦୀ ଭାବେ ଗ୍ରହଣ କରିଛନ୍ତି, କାରଣ ମାମଲାର ନିର୍ଣ୍ଣୟ ପାଇଁ ହାଇକୋର୍ଟଙ୍କ ଉପସ୍ଥିତି ଆବଶ୍ୟକ ବୋଲି କହିଛନ୍ତି ଖଣ୍ଡପୀଠ । ନ୍ୟାସନାଲ ଫେଡେରସନ ଅଫ ସୋସାଇଟି ଫର ଫାଷ୍ଟ ଜଷ୍ଟିସ ଦ୍ୱାରା ଏହି ମାମଲାରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏଥିରେ ଗ୍ରାମ ନ୍ୟାୟପାଳ ଅଧିନିୟମ ଲାଗୁ କରିବାକୁ ଦାବି କରାଯାଇଥିଲା । ପିଟିସନରଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ କି ଏହି ଅଧିନିୟମ ପ୍ରାୟ ୧୪ ବର୍ଷ ପୂର୍ବରୁ ପାରିତ ହୋଇଥିଲା । ହେଲେ କୌଣସି ରାଜ୍ୟରେ ଗୋଟିଏ ବି ଗ୍ରାମ ନ୍ୟାୟାଳୟ ସ୍ଥାପିତ ହୋଇନାହିଁ । ଯେଉଁ ଛୋଟ ମୋଟ ମାମଲାରେ ଆଇପିସି ଓ ସିଆରପିସିର ଆବଶ୍ୟକତା ନାହିଁ ସେହିସବୁ ମାମଲା ଏଠାରେ ସମାଧାନ ହୋଇପାରିବ । ଯେଉଁଥି ପାଇଁ ଗ୍ରାମ ନ୍ୟାୟାଳୟର ପରିକଳ୍ପନା କରାଯାଇଥିଲା । ଶ୍ରୀ ଭୂଷଣ ଆହୁରି ତର୍କ ରଖିଥିଲେ, ଦେଶର ୫୦ ପ୍ରତିଶତ ଲୋକେ ଓକିଲ ଖର୍ଚ୍ଚ ବହନ କରିପାରନ୍ତି ନାହିଁ କି ଅଦାଲତରେ ପହଞ୍ଚି ପାରନ୍ତି ନାହିଁ । ଯେଉଁଥିପାଇଁ ଛୋଟ ମାମଲାର ତୁରନ୍ତ ଫୈସଲା ପାଇଁ ଗ୍ରାମ ନ୍ୟାୟାଳୟ ଅଧିନିୟମ ତିଆରି ହୋଇଥିଲା । ତେଣୁ ଏହାକୁ ତୁରନ୍ତ ଲାଗୁ କରାଯିବା କଥା । କୌଣସି ରାଜ୍ୟ ଏହାକୁ ବିରୋଧ କରୁଛନ୍ତି କି ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ ଭୂଷଣ ହିମାଚଳ ପ୍ରଦେଶ, ବିହାର, ଝାଡଖଣ୍ଡ, ତାମିଲନାଡୁ ଆଦି ରାଜ୍ୟ ଗ୍ରାମ ନ୍ୟାୟାଳୟ ସ୍ଥାପନ କରିନଥିଲେ ବୋଲି କହିଥିଲେ ।

Leave A Reply

Your email address will not be published.