ସାରା ଅଲ୍ଲି ଖାନ୍‌ଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌ ଗିଲ୍‌

0 70

ମୁମ୍ବାଇ ୧୫ ।୧୧: ବଲିଉଡ-କ୍ରିକେଟର ପ୍ରେମ ଇତିହାସ ବହୁତ ପୁରୁଣା । ଏହି ତାଲିକାରେ ସାମିଲ ହୋଇଛି ଆଉ ଗୋଟେ ଯୋଡି । ଯାହାକୁ ନେଇ ବିଟାଉନ୍‌ କରିଡରରେ ନା ନା କଳ୍ପନା ଜଳ୍ପନା । ସୋସିଆଲ ମିଡିଆ ହେଉଛି ଭାଇରାଲ୍‌ । ଏହି ନୂଆ ଯୋଡି ହେଉଛନ୍ତି ସାରା ଅଲି ଖାନ୍‌ ଏବଂ ଶୁଭମନ ଗିଲ୍‌ । ପ୍ରାୟତଃ ଦୁଇଜଣଙ୍କୁ ରେଷ୍ଟୁରାଣ୍ଟରେ ଏକାଠି ବସିଥିବାର ଦେଖିବାକୁ ମିଳିଥିଲେ । କେବଳ ଏତିକି ହିଁ ନୁହେଁ ଉଭୟଙ୍କୁ ଏୟାରପୋର୍ଟରେ ବି ସ୍ପଟ୍‌ କରାଯାଇଥିଲା । ହେଲେ ଏବେ ଏମାନଙ୍କୁ ନେଇ ଆଉ ଏକ ଅପଡେଟ୍‌ ସାମ୍ନାକୁ ଆସିଛି । ଯାହାର ଡେଟିଂ ଆଲୋଚନା ଭିତରେ ଶୁବମନ ଗିଲ ସାରାଙ୍କୁ ନେଇ ଏମିତି କିଛି କହିଛନ୍ତି । ଯାହା ବାୟୁ ପରି ବ୍ୟାପି ଯାଇଛି । ନିକଟରେ ଏକ ଚାଟ୍‌ ଶୋ’ରେ ସେ କେବଳ ସାରା ଅଲି ଖାନଙ୍କୁ ପ୍ରଶଂସା କରିନାହାଁନ୍ତି ବରଂ ଡେଟିଂ ବିଷୟରେ ଖୁଲାସା କରି କହିଛନ୍ତି । ଚାଟ୍‌ ସୋ ଦିଲ୍‌ ଦିୟାନ୍‌ ଗଲାରେ ସାରାଙ୍କୁ ଡେଟ କରୁଛନ୍ତି କି ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ପ୍ରଥମେ ହସି ଥିଲେ । ପରେ କହିଥିଲେ, ବୋଧହୁଏ ହଁ । ତାଙ୍କୁ ଏ ବିଷୟରେ ଅଧିକ ପଚରାଯାଇ କୁହାଯାଇଥିଲା । ସବୁ ସତ ସତ କୁହ ଏହା ଉପରେ ସେ କହିଛନ୍ତି, ସାରା କା ସାରା ସଚ୍‌ (ପୁରା ସତ ହିଁ ସତ) କହୁଛି । ବୋଧହୁଏ ହଁ, ବୋଧହୁଏ ନା । ଏହା ବ୍ୟତୀତ ଶୁଭମନଙ୍କୁ ମଧ୍ୟ ପଚରାଯାଇଥିଲା ଯେ ତାଙ୍କ ବଲିଉଡର ସବୁଠାରୁ ଫିଟ୍‌ ଅଭିନେତ୍ରୀ କିଏ? ଏହାର ଉତ୍ତର କହିଥିଲେ କି ସାରା ।

Leave A Reply

Your email address will not be published.