ସାମ୍ନାକୁ ଆସିଲା ଜହ୍ଲାଦ ପ୍ରେମିକର ଲୋମଟାଙ୍କୁରା କାରନାମା, ଶ୍ରଦ୍ଧାଙ୍କୁ ବିଭତ୍ସ ହତ୍ୟା ପରେ ମୁହଁକୁ ପୋଡ଼ିଥିଲା

0 69

ନୂଆଦିଲ୍ଲୀ, ୧୭ା୧୧: ନିଜର ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ନାର୍କୋ ଟେଷ୍ଟ । ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୋଲିସ୍‌ ତା’ର ମିଛ ଧରା ପରୀକ୍ଷା କରିବାକୁ ·ହୁଁଥିଲା । ଏଥିପାଇଁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି । ମିଛ ଧରା ପରୀକ୍ଷା ସହ ଅଫତାବର ନାର୍କୋ ଆନାଲିସସ ଟେଷ୍ଟ ପାଇଁ କୋର୍ଟଙ୍କ ଗ୍ରୀନ ସିଗନାଲ ଦେଇଛନ୍ତି । ଏହାବାଦ କୋର୍ଟ ତା’ର ପୋଲିସ ରିମାଣ୍ଡ ଅବଧିକୁ ମଧ୍ୟ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି । ଏପରି ଅନୁମତି ପରେ ପୋଲିସ୍‌ ଅଫତାବକୁ ହିମାଚଳ ପ୍ରଦେଶର ପାର୍ବତୀ ଉପତ୍ତ୍ୟକା ନେଇ ଘଟଣାର ତଦନ୍ତ କରିବ । କାରଣ ଶ୍ରଦ୍ଧା ଓ ଅଫତାବ ମେ’ ମାସରେ ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଅଫତାବ ମେ’ ୧୮ରେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ତାଙ୍କ ମୃତଦେହକୁ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡରେ ପରିଣିତ କରିଥିଲା । ଶେଷରେ ଏହାକୁ ନେଇ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଦେଇଥିଲା । ଖାଲି ସେତିକି ନୁହେଁ, ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ପୋଲିସ ମଧ୍ୟ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ଆଜି ଅଫତାବର ରିମାଣ୍ଡ ଅବଧି ସରୁଥିବାରୁ ତା’କୁ କୋର୍ଟରେ ଭିଡିଓ କନଫରେନ୍ସିଂ ଦ୍ୱାରା ହାଜର କରାଯାଇଥିଲା । ଶୁଣାଣି ପୂର୍ବରୁ କୋର୍ଟ ବାହାରେ ଆଇନଜୀବୀମାନେ ଅଫତାବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରି ନାରାବାଜୀ କରିଥିଲେ । ଆଇନଜୀବୀଙ୍କ ଆକ୍ରୋଶକୁ ଦେଖି ପୋଲିସ୍‌ ଅଫତାବକୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରିଥିବା ଜଣାପଡ଼ିଛି । ପୋଲିସ୍‌ ଗତ ଶୁକ୍ରବାର ଅଫତାବକୁ ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଗିରଫ କରିଥିଲା । ଏହାର ଦିନକ ପରେ ଅର୍ଥାତ ଶନିବାରଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା । ଆଜି ପୋଲିସ ଆଉ ୫ ଦିନ ଅଫତାବକୁ ରିମାଣ୍ଡରେ ନେଇଛି । ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଓ ମୃତଦେକୁ ଖଣ୍ଡଖଣ୍ଡ କରିବା ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ପୋଲିସ ଏଯାଏ ପାଇନି । ତେଣୁ ଅଫତାବକୁ ରିମାଣ୍ଡରେ ନେବା ଜରୁରି ବୋଲି ପୋଲିସ୍‌ କୋର୍ଟରେ ଯୁକ୍ତି ରଖିଥିଲା ।

Leave A Reply

Your email address will not be published.