ମହଙ୍ଗା ପଡ଼ିଲା ରାଗିଂ ତଡ଼ା ଖାଇଲେ ୧୨ ଛାତ୍ର : ବନ୍ଧା ହେଲେ ୫

0 70

ବ୍ରହ୍ମପୁର, ୧୭ା୧୧(ଡିକେ ନ୍ୟୁଜ): ଛାତ୍ରଙ୍କୁ ମହଙ୍ଗା ପଡ଼ିଛି ରାଗିଂ । ବ୍ରହ୍ମପୁର ବିନାୟକ ଆ·ର୍ଯ୍ୟ କଲେଜରୁ ବିଦା ହେବେ ରାଗିଂ କରିଥିବା ଛାତ୍ର । ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା । ଅନ୍ୟପକ୍ଷରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ କହିଛନ୍ତି, ଭାଇରାଲ୍‌ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ ।
ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ·ଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠାଯାଇଛି । ରାଗିଂରେ
ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି । ବିନାୟକ ଆ·ର୍ଯ୍ୟ କଲେଜ କ୍ୟାମ୍ପସରେ ଜଣେ + ୨ ଛାତ୍ରୀଙ୍କୁ କେତେକ
ଛାତ୍ରଛାତ୍ରୀ ରାଗିଂ କରୁଥିଲେ । +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍‌ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ । ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗାଲକୁ କିସ୍‌ ଦେଉଥିଲେ ଓ ଆଇ ଲଭ୍‌ ୟୁ କହୁଥିଲେ । ଅଭିଷେକ ଓ ତାଙ୍କ ସାଥୀ (ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ । ଯାହାର ଭିଡିଓ ସୋସିଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଶେଷରେ ଭିଡିଓଟି ପୋଲିସ୍‌ ପାଖରେ ପହଞ୍ଚିଥିଲା । ବିନାୟକ ଆ·ର୍ଯ୍ୟ କଲେଜ କ୍ୟାମ୍ପସରେ ହୋଇଥିବା ରାଗିଂ ଭିଡିଓଟି ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ପୋଲିସ୍‌ ନିଜ ଆଡୁ ମାମଲା ରୁଜୁ କରିଥିଲା । ଘଟଣାର ତଦନ୍ତ ପାଇଁ କଲେଜ ଅଧ୍ୟକ୍ଷାଙ୍କୁ କହିଥିଲା । ଏପରିକି ଅଧ୍ୟକ୍ଷାଙ୍କୁ ଭାଇରାଲ୍‌ ହେଉଥିବା ଭିଡିଓଟି ଦେଇଥିଲା ପୋଲିସ୍‌ । ଭାଇରାଲ୍‌ ଭିଡିଓକୁ ନେଇ ଆଜି କଲେଜ କ୍ୟାମ୍ପସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କଲେଜ ଅଧ୍ୟକ୍ଷା ପ୍ରମିଳା ଖଡ଼ଙ୍ଗା କହିଛନ୍ତି, ଆଜି ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ବୈଠକ ବସିଥିଲା । ପୂରା ଘଟଣା ଉପରେ ଆଲୋଚନା ହୋଇଥିଲା । ଏହାପରେ ଦୁଇ କମିଟି ମୋତେ ଗୋଟିଏ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ +୩ର ଛାତ୍ର ଅଭିଷେକ ନାୟକ ଓ ଅନ୍ୟ ଜଣେ ଛାତ୍ରଙ୍କୁ କଲେଜରୁ ବାହାର କରିଦେବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ା ସେମାନଙ୍କ ସାଙ୍ଗରେ ଥିବା +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ଟିସି ଦିଆଯାଇ କଲେଜରୁ ବାହାର କରିଦିଆଯିବ । ଏଥିରେ ଅନ୍ୟ ଯେଉଁ ପିଲାଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଲେ, ସେମାନଙ୍କୁ କଲେଜରୁ ବାହାର କରିଦିଆଯିବ । ଏନେଇ ଗଣଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟକୁ ଜଣାଇ ଦିଆଯାଇଛି । ଏପରି ଘଟଣା ଯେପରି ଆଗକୁ ନ ଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଅଧ୍ୟକ୍ଷା କହିଛନ୍ତି । ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ଇଣ୍ଟରନାଲ୍‌ ଆଣ୍ଟି ରାଗିଂ ସେଲ୍‌ ରହିବା କଥା । ଯେଉଁଥିରେ ବରିଷ୍ଠ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଦସ୍ୟ ରହିବେ । ଆଉ ଯେତେବେଳେ ନୂଆ ବ୍ୟାଚର ଛାତ୍ରଛାତ୍ରୀମାନେ ଆଡମିଶନ ପରେ ରାଗିଂରେ ସମ୍ମୁଖୀନ ହେବେ, ସେମାନେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିବେ । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଆଣ୍ଟି ରାଗିଂ ସେଲ୍‌ ତର୍ଜମା କରିବ । ଯଦି ମାମଲାଟି ସାମାନ୍ୟ ହୋଇଥିବ, ତାହାହେଲେ ରାଗିଂ କରୁଥିବା ଛାତ୍ର ବା ଛାତ୍ରୀଙ୍କୁ ଚେତାବନୀ ଦିଆଯିବ । ଆଉ ଯଦି ରାଗିଂ ଅଭିଯୋଗ ସଙ୍ଗୀନ ହୋଇଥିବ, ତାହାହେଲେ ଆଣ୍ଟି ରାଗିଂ ସେଲ୍‌ ଥାନାରେ ଅଭିଯୋଗ କରିବ । ପୋଲିସ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବ ।

Leave A Reply

Your email address will not be published.