ନ୍ୟାସାଙ୍କ ଟ୍ରାନ୍ସଫରମେସନ୍‌ ରାଜ୍‌

0 80

ମୁମ୍ବାଇ, ୧୭ା୧୧: ବଲିଉଡର ପପୁଲାର ଷ୍ଟାର କାଜୋଲ ଏବଂ ଅଜୟ ଦେବଗାନ । ତାଙ୍କ ଅଲିଅଳି ଝିଅ ନ୍ୟାସା ଦେବଗାନ । ବଲିଉଡରେ ଏଣ୍ଟ୍ରି କରି ନାହାନ୍ତି, କିନ୍ତୁ
ଲାଇମରେ ଖୁବ୍‌ ନଜର ଆସନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ । ନ୍ୟାସାଙ୍କ ଲୁକ୍‌ ଟ୍ରାନ୍ସଫରମେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଭଳି ପରିବର୍ତ୍ତନ ଦେଖି ସବୁ ସ୍ଥାନରେ ତାଙ୍କର ପରିବର୍ତ୍ତନ ବିଷୟରେ ଅନେକ ଆଲୋଚନା ହୋଇଥିଲା । ପ୍ରଶଂସକମାନେ ମଧ୍ୟ ଏ ବିଷୟରେ ଜାଣିବାକୁ ·ହୁଁଥିଲେ । ବର୍ତ୍ତମାନ କାଜୋଲ ନ୍ୟାସାଙ୍କ ପରିବର୍ତ୍ତନ ବିଷୟରେ ପ୍ରକାଶ କରିଛନ୍ତି । ଝିଅ ନ୍ୟାସା ଦେବଗାନ ପ୍ରାୟତଃ ପରିବାର ଏବଂ ସାଙ୍ଗମାନଙ୍କ ସହିତ ନଜର ଆସିଥାନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, କାଜୋଲ କହିଛନ୍ତି ଯେ ନ୍ୟାସା ନିଜ ସୌନ୍ଦର୍ଯ୍ୟ ଓ ଗୁଡ୍‌ ହେଲଥ ବିଷୟରେ ଠିକ୍‌ ଭାବରେ ଜାଣିଛି । ନ୍ୟାସା ସପ୍ତାହରେ ତିନିଥର ଫେସ୍‌ ମାସ୍କ ବ୍ୟବହାର କରନ୍ତି ଏବଂ ସେ ମଧ୍ୟ ତାଙ୍କୁ ଏହି ପରାମର୍ଶ ଦିଅନ୍ତି । କାଜୋଲ କହିଛନ୍ତି ଯେ ସେ ମଧ୍ୟ ତାଙ୍କ ପିତା ଅଜୟ ଦେବଗନଙ୍କ ପରି ଏକ ଫିଟନେସ୍‌ ଫ୍ରିକ୍‌ । ସେ ଜିମ୍‌ ନୁହେଁ ବରଂ ଯୋଗ ଉପରେ ବେଶୀ ଧ୍ୟ୍ୟାନ ଦିଅନ୍ତି । ଏହା ବ୍ୟତୀତ ସେ ସକାଳେ ଉଠି ଖାଲି ପେଟରେ ୨ରୁ ୩ ଗ୍ଲାସ୍‌ ଉଷୁମ ପାଣି ପିଅନ୍ତି । ଏହା ବ୍ୟତୀତ ସେ ଓଟମିଲ୍‌, ଫ୍ରୁଟସ୍‌ ଓ ସିଝା ଅଣ୍ଡା ଖାଆନ୍ତି । ତା ସହ ଲଞ୍ଚରେ ସିଝା ପନିପରିବା, ଗ୍ରୀନ୍‌ ସାଲାଡ ଏବଂ ରୋଟି ଖାଇବାକୁ ପସନ୍ଦ କରନ୍ତି । ଡିନରରେ ଡାଲ-ରୋଟି, ପନିପରିବା ଦ୍ୱାରା ତରକାରୀ ଏବଂ ସାଲାଡ ଖାଆନ୍ତି । ତେବେ ଏହି ଲୋକପ୍ରିୟ ଷ୍ଟାର୍‌ ପିଲାମାନଙ୍କ ମଧ୍ୟରେ ନ୍ୟାସା ଅନ୍ୟତମ । ତାଙ୍କ ବଲିଉଡ ଡେବ୍ୟୁକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିକଟରେ ସେ ତାଙ୍କର ୧୯ତମ ଜନ୍ମଦିନ ପାଳନ କରିଥିଲେ । କହିବାକୁ ଗଲେ ଏକ ସାକ୍ଷାତକାରରେ ଅଜୟ ଦେବଗନ୍‌ କହିଥିଲେ ଯେ ସେ ତାଙ୍କ ପିଲାମାନଙ୍କୁ ଏହା କେବେ କୌଣସି ଜିନିଷରେ ବାଧ୍ୟ କରିବେ ନାହିଁ । ଯାହା କରିବାକୁ ·ହାଁନ୍ତି ସେମାନେ ତାହା କରିପାରିବେ ବୋଲି କହିଥିଲେ ।

Leave A Reply

Your email address will not be published.