ଓଡ଼ିଶା ବନ୍ଦର ନୀତି-୨୦୨୨କୁ ଅନୁମୋଦନ ଫୋକସ୍‌ରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦର ବିକାଶ

0 86

ଭୁବନେଶ୍ୱର, ୧୮ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବେଠକରେ ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ । ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ ଦେବ । ବନ୍ଦର ଏବଂ ବନ୍ଦର ସଂପର୍କିତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ । ସେହିପରି ସାମୁଦ୍ରିକ ପର୍ଯ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ । କଟକ ଜିଲ୍ଲା ହାଡୁଆ ନଦୀରେ ଜଳଭଣ୍ଡାର ନିର୍ମାଣକୁ ମଞ୍ଜୁରି ମିଳିଛି । ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ । ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫ କୋଟି । ନରସିଂହପୁର, ବଡମ୍ବା, ତିଗିରିଆ ବ୍ଲକ୍‌ର ·ଷ ଜମିକୁ ମିଳିବ ପାଣି । ଅନ୍ୟପଟେ ରାଜ୍ୟ ଶିଶୁ ନୀତି୨୦୨୨ “ପ୍ରାରମ୍ଭ’କୁ ମଞ୍ଜୁରି ଦେଇଛି କ୍ୟାବିନେଟ୍‌ । ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେବ ନୂଆ ଶିଶୁ ନୀତି । ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ । ଏଥିସହ ଟେକ୍‌ ହୋମ ରାସନ ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି । ଓଡ଼ିଶା ମ୍ୟୁନିସିପାଲ ଆଇନ୍‌ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍‌ ସ୍ମରଣୀୟ ହେବ ହକି ବିଶ୍ୱକପ୍‌ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍‌ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । ଖଣ୍ଡଗିରିସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ୱିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନାର ଅଧିନିୟମରେ ହେବ ସଂଶୋଧନ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ୍‌ ପଡିବ । ଏଣିକି ବିଡିଏ, ସିଡିଏ ଓ ଓଏସ୍‌ଏଚ୍‌ବିର ସିଙ୍ଗଲ ଆଲଟମେଣ୍ଟ ଜମି ବୈଧ ହେବ ।

Leave A Reply

Your email address will not be published.