ଥରାଉଛି ଶୀତ: ୨୧ରୁ ଭିଜିବ ଓଡ଼ିଶା

0 78

ଭୁବନେଶ୍ୱର, ୧୮ା୧୧(ଡିକେ ନ୍ୟୁଜ): ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବିବାରେ ଲାଗିଛି ଶୀତର କୋପ । ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା ଭୟ । ପାଣିପାଗ ବିଭାଗ ସୂଚନା ଅନୁସାରେ,ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁ·ପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁ·ପ କ୍ଷେତ୍ରଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତକାଲି ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟ ଭାଗରେ ଏକ ଅବପାତର ରୂପ ନେବ । ଏହାସହ ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୧ ତାରିଖ ବେଳକୁ ଓଡ଼ିଶାର କେତୋଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ । ଏହି ୬ଟି ଜିଲ୍ଲା ମଧ୍ୟରୁ ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.