ପ୍ରଚାର ମଇଦାନରେ ବର୍ଷାଙ୍କ କ୍ରେଜ୍‌

0 64

ଭୁବନେଶ୍ୱର,୨୧ା୧୧(ଡିକେ ନ୍ୟୁଜ): ଜମିଲାଣି ପଦ୍ମପୁର ପ୍ରଚାର । ମଇଦାନରେ ଷ୍ଟାର ପ୍ରଚାରକ । ରୋଡ଼ ଶୋ, ସଭା ଓ ଶୋଭାଯାତ୍ରାରେ କମ୍ପୁଛି ପଦ୍ମପୁର । ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଦଳର ପ୍ରମୁଖ ନେତାଙ୍କ ସହ ପାଇକମାଳ ବ୍ଲକ୍‌ରେ ମାରାଥନ ପ୍ରଚାର କରିଛନ୍ତି । ସବୁଠି ଦେଖିବାକୁ ମିଳିଛି ତାଙ୍କର ଜବରଦସ୍ତି କ୍ରେଜ୍‌ । ଗାଁ ଗାଁରେ ବର୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ସମର୍ଥନ ଜଣାଉଛନ୍ତି ଲୋକେ । ମହିଳାଙ୍କ ଠାରୁ ବରିଷ୍ଠ ନାଗରିକ ସମସ୍ତେ କରୁଛନ୍ତି ଆର୍ଶିବାଦର ବର୍ଷା । ବିଜୟ ରଞ୍ଜନ ସିଂ ବରିହା ନାହାଁନ୍ତି ହେଲେ ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ଭୁଲି ନାହାଁନ୍ତି ପଦ୍ମପୁରବାସୀ । ଦିନେ ବିଜୟଙ୍କ ପାଇଁ ବିକାଶର ନୂଆ ସକାଳ ଦେଖିଥିଲା ଏହି ଅଞ୍ଚଳ । ପଦ୍ମପୁରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବର୍ଷାଙ୍କୁ ଆର୍ଶିବାଦ କରିଛନ୍ତି ପାଇକମାଳବାସୀ । ସେମାନଙ୍କ ପରିବାର ଲୋକ ଭଳି ସୁଖଦୁଃଖରେ ଛିଡ଼ା ହେଉଥିଲେ ବିଜୟ । ତାଙ୍କ ପରେ ଠିକ୍‌ ସେମିତି ବର୍ଷା ପଦ୍ମପୁରବାସୀଙ୍କ ପାଇଁ ସାଜିବେ ଆଶାବାଡ଼ି । ପାଇକମାଳ ବ୍ଲକ୍‌ ଏକ ନମ୍ବର ଜୋନ୍‌ରେ ମନ୍ତ୍ରୀ ଟୁକୁନୀ ସାହୁ, ରୀତା ସାହୁ, ବିଧାୟକ ବ୍ରଜ ପ୍ରଧାନ, ଅରୁଣ ସାହୁଙ୍କ ସହିତ ପ୍ରଚାର ଆରମ୍ଭ କରିଥିଲେ ବର୍ଷା ସିଂ ବରିହା । ଦୁଆର ମୁହଁରେ ତାଙ୍କୁ ବନ୍ଦାବନା କରି ମଞ୍ଚକୁ ପାଛୋଟି ନେଇଥିଲେ ଗାଁ’ ଲୋକେ । ଆଉ ଗାଁ’ ଲୋକଙ୍କ ଭରସା ଦେଖି ତାଙ୍କର ମନୋବଳ ଦୃଢ଼ ପାଇଛି । ବାପାଙ୍କ ଭଳି ସେ ମଧ୍ୟ ବିକାଶ ଧାରାକୁ ଆଗକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଆଧାର କରି ଘରକୁ ଘର ବୁଲି ଭୋଟ ମାଗୁଛି ବିଜେଡ଼ି । ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଚାର ମଇଦାନରେ କସରତ କରୁଛନ୍ତି । ଆସନ୍ତା ମାସ ୫ ତାରିଖରେ ପଦ୍ମପୁରର ୨ଲକ୍ଷ ୫୭ ହଜାର ୪୭୪ ଭୋଟର ବାଛିବେ ନେତା । ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ବ୍ଲକ୍‌ର ୫୮ଟି ପଞ୍ଚାୟତ ଓ ପଦ୍ମପୁର ଏନ୍‌ଏସିର ଭୋଟରଙ୍କ ଉପରେ ରହିଛି ନଜର ।

Leave A Reply

Your email address will not be published.