କେନ୍ଦୁପତ୍ର ତୋଳାଳିଙ୍କୁ ଚରମ ଉପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ

0 70

ଭୁବନେଶ୍ୱର,୨୨ା୧୧(ଡିକେ ନ୍ୟୁଜ): ପ୍ରତିଶ୍ରୁତି ଦେଇ ପାଳନ କଲାନି କେନ୍ଦ୍ର । କେନ୍ଦୁପତ୍ର ତୋଳାଳିଙ୍କୁ ଚରମ ଉପେକ୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ । ଜିଏସ୍‌ଟି ଅର୍ଥ ଫେରସ୍ତ ପାଇଁ କରିଛି ନିବେଦନ । ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରେ ସଂଗ୍ରହ କରାଯାଇଥିବା ଜିଏସ୍‌ଟିକୁ ଫେରସ୍ତ କରିବେ । ୪ ବର୍ଷ ବିତିଗଲା, ହେଲେ କାଣିଚାଏଁ ବି ପାଇଲେନି କେନ୍ଦୁପତ୍ର କର୍ମଚାରୀ । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଓ ବିଡ଼ି ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଛି । ଯେଉଁଥି ପାଇଁ ୧୨ଲକ୍ଷରୁ ଅଧିକ କେନ୍ଦୁପତ୍ର କର୍ମଚାରୀଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବି ପତ୍ର ଦେଇଛି ସଂଘ । ଏଥିରେ ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ·ପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କାରଣ ଜିଏସ୍‌ଟି ଲାଗୁ ଦ୍ୱାରା ବିକ୍ରି ମୂଲ୍ୟ କମିଯାଉଛି । ତେଣୁ ଏହାର ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ସେହିପରି ସିଜନାଲ କର୍ମ·ରୀଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରାଯାଇଛି । ଏହା ୨୦୨୩ ପୂର୍ବରୁ ବଢ଼ିବାର ଥିଲା । ପୂର୍ବରୁ ମିଳୁଥିବା ଛାତ୍ର ବୃତ୍ତି ଓ କନ୍ୟା ବିବାହ ପାଇଁ ୨ ଶହ କୋଟିର ଆର୍ଥିକ ବ୍ୟବସ୍ଥା ପାଇଁ ବି ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି କହିଛନ୍ତି ସଂଘର ସଭାପତି ବିଜୟୀ ମହାନ୍ତି । ରାଜ୍ୟର ୨୨ ଜିଲ୍ଲାରେ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳି ଅଛନ୍ତି ।

Leave A Reply

Your email address will not be published.