ମାଟିର ଝିଅକୁ ମନଖୋଲା ସମର୍ଥନ

0 63

ଭୁବନେଶ୍ୱର,୨୨ା୧୧(ଡିକେ ନ୍ୟୁଜ): ମାଟିର ଝିଅକୁ ମନଖୋଲା ସମର୍ଥନ । ଗାଁ’ଠୁ ସହର ଗୋଟିଏ କଥା । “ବିଜୟଙ୍କ ପରେ ବର୍ଷା” । ଆଶିର୍ବାଦ ଅଜାଡୁଛି ପଦ୍ମପୁର ।
ସବୁଠି ସକାଳ ହେଲେ ଶୁଭୁଛି ଶଙ୍ଖଧ୍ୱନୀ । ବର୍ଷାଙ୍କୁ ବିଜୟ କରିବା ପାଇଁ ଏକଜୁଟ୍‌ ପଦ୍ମପୁରବାସୀ । ନିଜ ମାଟି ପାଇଁ ବହୁତ ତ୍ୟାଗ କରିଛନ୍ତି । ସ୍ୱର୍ଗତଃ ବିଜୟ ରଞ୍ଜନ
ସିଂ ବରିହା । ବିକାଶ ଧାରାରେ ଯୋଡ଼ି ହେବାକୁ କାହାକୁ ପାତର ଅନ୍ତର କରିନାହାଁନ୍ତି । ପିଲାଠୁ ବୁଢ଼ା ସମସ୍ତଙ୍କୁ କୋଳେଇ ନେଇଛନ୍ତି । ଭତ୍ତା ଠୁ ରାସ୍ତା, ଜଳ ଠୁ ଜୀବନ ଜୀବିକା ସବୁ କ୍ଷେତ୍ରରେ କାମ କରି ଲୋକଙ୍କ ମନ ଜିଣିଥିଲେ ବିଜୟ । ସେହି ବିକାଶ ଧାରାର ସାକ୍ଷି ପାଲଟିଛି ଏଠିକାର ମାଟି, ଗୋଡ଼ି ଓ ପବନ । ଖାସ୍‌ ସେଇଥିପାଇଁ ବିଜୟଙ୍କ ଝିଅ ବର୍ଷାଙ୍କୁ ବିଜୟୀ କରିବା ପାଇଁ ପଦ୍ମପୁରବାସୀ ପ୍ରତିଶ୍ରୁତିବଦ୍ଧ । ପ୍ରଚାର ମଇଦାନରେ ବର୍ଷାଙ୍କୁ ଦେଖିଲେ ବିଜୟଙ୍କ କଥା ବହୁତ ମନେ ପଡେ଼ ବୋଲି
କହିଛନ୍ତି ପଦ୍ମପୁରବାସୀ । ଆଜି ବର୍ଷାଙ୍କ ପାଇଁ ମଞ୍ଚ ଉପରେ ପ୍ରଚାର କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ରମେଶ ଚନ୍ଦ୍ର ମାଝି ଓ ଦେବୀ ମିଶ୍ରଙ୍କ ଭଳି ଏକାଧିକ ପୁରୁଖା ନେତା ବର୍ଷାଙ୍କ ମାରାଥନ ପ୍ରଚାରରେ ଯୋଗଦେଇ ଦିବଂଗତ ନେତା ବିଜୟଙ୍କ ପଦ୍ମପୁର ପାଇଁ ସଂଗ୍ରାମର କାହାଣୀକୁ ବଖାଣିଛନ୍ତି । ପଦ୍ମପୁରବାସୀଙ୍କ ପାଇଁ ବିଜୁ ଏକ୍ସପ୍ରେସ୍‌ ୱେ ହେଉ କିମ୍ବା ପର୍ଯ୍ୟଟନସ୍ତଳୀର ବିକାଶ ସବୁଥିରେ ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଜିଦ୍‌ କରୁଥିଲେ ବିଜୟ । ଯାହାର ଫଳସ୍ୱରୂପ ପଦ୍ମପୁରକୁ ମିଳିଛି ୪୮୮ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ଓ ନୃସିଂହନାଥ ମନ୍ଦିର ବିକାଶ ପାଇଁ ଅନୁଦାନ । ଆଗାମୀ ଉପ ନିର୍ବାଚନରେ ବର୍ଷାଙ୍କୁ ଆଶିର୍ବାଦ ଅଜାଡ଼ି ଦେବା ପାଇଁ ପଦ୍ମପୁରବାସୀଙ୍କୁ ନିବେଦନ କରିଛନ୍ତି ବିଜେଡ଼ି ନେତା । ପଦ୍ମପୁର, ପାଇକମାଳ, ଝାରବନ୍ଧ ବ୍ଲକ୍‌ ସମେତ ପଦ୍ମପୁର ଏନ୍‌ଏସିରେ ଜୋରଦାର ପ୍ରଚାର କରିଛି ବିଜେଡ଼ି । ଗାଁ ଗାଁରେ ନିର୍ବାଚନୀ ସଭା ସାଙ୍ଗକୁ କରିଛି ରୋଡ଼ାସୋ । ବିକାଶର ହିସାବ ଦେଇ ବିଜେଡ଼ି ନେତା ଓ ପ୍ରାର୍ଥୀ ଆଶିର୍ବାଦ କାମନା କରିଛନ୍ତି ।

Leave A Reply

Your email address will not be published.