ଭୁବନେଶ୍ୱର, ୨୨ା୧୧ (ଡିକେ ନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଥରେ ନୋଟିସ୍ ହୋଇଥିଲେ
ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅକ୍ଷୟ ଇଡିରେ ହାଜର ହୋଇ ନଥିଲେ । ତାଙ୍କ ପରିବର୍ତ୍ତେ ଓକିଲ ଆକାଶ ଭୂୟାଁ ହାଜର ହୋଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ କହିଥିଲେ ଓକିଲ ଆକାଶ ଭୂୟାଁ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅକ୍ଷୟ ପରିଜା
Prev Post