ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପାଳନ ହେବ ‘ଓଡ଼ିଶା ଦିବସ’

0 50

ନୂଆଦିଲ୍ଲୀ, ୨୩ା୧୧: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଗୁରୁବାର ଦିନ ଓଡ଼ିଶା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର କାର୍ଯ୍ୟକ୍ରମକୁ ଏଥିରେ ପ୍ରଦର୍ଶିତ କରାଯିବ । ବିଶେଷକରି ମହିଳା ସଶକ୍ତିକରଣ ଉପରେ ଏହା ପର୍ଯ୍ୟବେଷିତ ହେବ । ଏହି ଓଡ଼ିଶା ଦିବସକୁ ସଫଳ କରିବା ପାଇଁ ଓଡ଼ିଶା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ କସ୍ତୁରୀ ମହାପାତ୍ର, ଓଟିଡିସିର ଅଧ୍ୟକ୍ଷ ଲେଲିନ୍‌ ମହାନ୍ତି, ସୂଚନା ଓ ପ୍ରସାରଣ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଓଡ଼ିଶା ଦିବସକୁ କିଭଳି ସଫଳ ଭାବରେ ପ୍ରଦର୍ଶିତ କରାଯିବ ଏବଂ ନବୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଅଣାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଆନ୍ତର୍ଜାତିକ ମେଳାରେ ଓଡ଼ିଶାର କଳା, ସଂସ୍କୃତି ତଥା ଗ୍ରାମ୍ୟ ଉତ୍ପାଦନ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରାଯିବ । ଏହି ସମ୍ବାଦିକ ସମ୍ମିଳନୀରେ ‘ଡୁମାଣୀ ଖବର’ ଓ ‘ଡୁମାଣୀ ମେଲ୍‌’ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.