ମୁଁ ହେଲି ମାଟିର ଝିଅ …ମତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖ ଦୁଃଖର ସାଥି ହୋଇ ରହିବି

0 70

ପଦ୍ମପୁର, ୨୬ା୧୧ (ଡିକେ ନ୍ୟୁଜ୍‌): ମୁଁ ହେଲି ମାଟିର ଝିଅ । ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖଦୁଃଖର ସାଥୀ ହୋଇରହିବି । ପଦ୍ମପୁରରେ ଲୋକଙ୍କୁ ଏଭଳି ପ୍ରତିଶ୍ରୁତି
ଦେଇ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ôଥନୀ ବର୍ଷା ସିଂ ବରିହା । ନିର୍ବାଚନ ମଣ୍ଡଳୀ ସାରା ତାଙ୍କୁ ମିଳୁଛି ବିପୁଳ ସମର୍ଥନ ଓ ସ୍ୱାଗତ । ଆଜି ସେ ପଦ୍ମପୁର ବ୍ଲକ୍‌ର ବାରିକେଲ, ବେଉରିଆ, ପୁରେନ୍‌, ମହୁଲପାଲିର ୨୧ଟି ଗାଁକୁ ଯାଇ ଲୋକଙ୍କଠାରୁ ଆଶୀର୍ବାଦ କାମନା କରିଛନ୍ତି । ଲୋକେ ତାଙ୍କ ନିର୍ବାଚନୀ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କଥା କୁହାକୁହି ହେଉଛନ୍ତି । ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହା ଯେଉଁ ବିକାଶ କରିଛନ୍ତି ସେଭଳି ବିକାଶ ଆଗକୁ ମଧ୍ୟ ଜାରି ରହିବ ବୋଲି ସଭାରେ ସଂକଳ୍ପ କରିଛନ୍ତି ବର୍ଷା । ଏଥିସହିତ ସେ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ ଏବଂ ବୁଝାଉଛନ୍ତି । ସରକାର ଏବଂ ଲୋକଙ୍କ ମଧ୍ୟରେ ସେ ସମ୍ପର୍କର ସେତୁ ହେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜୋରଦାର ହେଉଛି ପ୍ରଚାର ମୈଦାନ । ବିଭିନ୍ନ ସ୍ଥାନରେ ସମାବେଶ କରି ଜନସମର୍ଥନ ସାଉଣ୍ଟିବାରେ ଲାଗିଛି ବିଜେଡି । ପ୍ରତି ବ୍ଲକ୍‌ରେ ଆୟୋଜିତ ହେଉଛି ସମାବେଶ । ଆଉ ସବୁଠି ବିଜେଡି ପ୍ରାର୍ଥୀ ବର୍ଷାଙ୍କ ପାଇଁ ଦେଖିବାକୁ ମିଳୁଛି ବିପୁଳ ଜନସମର୍ଥନ । ଆଶୀର୍ବାଦ ସମାବେଶରେ ଆଶୀର୍ବାଦ ମାଗୁଛନ୍ତି ବର୍ଷା । ଆଉ ମୈଦାନରେ ଅଛନ୍ତି ବିଜେଡିର ହେଭିୱେଟ୍‌ । ଏହି ହେଭିୱେଟ୍‌ମାନେ ପଦ୍ମପୁରର ବିକାଶଧାରାକୁ ବଜାୟ ରଖିବା ପାଇଁ ବର୍ଷାଙ୍କୁ ସମର୍ଥନ କରିବାକୁ ଅପିଲ୍‌ କରୁଛନ୍ତି । ଆଜି ପାଇକାମାଳ ବ୍ଲକ୍‌ର ମାଣ୍ଡିଆଢିପା ପଞ୍ଚାୟତର ଚୁହାପାଲି ଗାଁରେ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା । ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଗାଁକୁ ଗାଁ ଓ ଘରକୁ ଘର ବୁଲି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ।

Leave A Reply

Your email address will not be published.