ବିଧାନସଭାରେ ଏମ୍‌ଏସ୍‌ପି ତାତି

0 63

ଭୁବନେଶ୍ୱର, ୨୬ା୧୧ (ଡିକେ ନ୍ୟୁଜ୍‌): ବିଧାନସଭାର ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି । ଚାଷୀ ପ୍ରସଙ୍ଗ ଉଠାଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୋଟିଏ ସ୍ୱତନ୍ତ୍ର ଆଇନ୍‌ ଅଣାଯାଉ ବୋଲି ସେ କହିଛନ୍ତି । ଏମ୍‌ଏସ୍‌ପି କାହିଁକି ୨୯୩୦ଟଙ୍କା କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁ ଦଳକୁ ଡାକି ଚାଷୀ ସମସ୍ୟା ଦୂର କରିବାକୁ ଆଇନ ଅଣାଯାଉ ବୋଲି ଶ୍ରୀ ମିଶ୍ର ଦାବି
କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ଅଯଥାରେ ମୁହଁ ବନ୍ଦ କରିବା ଗଣତନ୍ତ୍ର ପାଇଁ ବିପଦ ବୋଲି ନରସିଂହ କହିବା ସହିତ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କେନ୍ଦ୍ର
ସରକାରଙ୍କର । କେବଳ ଗୋଟିଏ ଜିଲ୍ଲାରେ କାହିଁକି ଫସଲବୀମା ସହାୟତା ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗରେ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଗୃହରେ ଜୋରଦାର ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ରଖିଆସୁଛନ୍ତି । ବିଜେପି ନିଜେ ଚାଷୀ ପ୍ରସଙ୍ଗରେ ମୁଲତବି ଦେଲାନାହିଁ । ଚାଷୀଙ୍କ ସମସ୍ୟା ଉପରେ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଏଥିରେ ବିଜେପି ସଦସ୍ୟ ସାମିଲ ହେଉନାହାନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ତେବେ କେନ୍ଦ୍ର ସରକାର ସର୍ବଦଳୀୟ କମିଟିକୁ ସମୟ ଦେଲେନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉ ବୋଲି କଂଗ୍ରେସ ଅଭିଯୋଗ କରିଛି । ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମାନ ଭାଗ ରହିଛି । କିନ୍ତୁ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରାଯାଉ ବୋଲି ମୁଲତବି ଆଲୋଚନା ବେଳେ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ।

Leave A Reply

Your email address will not be published.