ନୋରାଙ୍କୁ ପ୍ରେମରେ ମିଳିଥିଲା ଧୋକା

0 76

ମୁମ୍ବାଇ ୨୮ ।୧୧: ବଲିଉଡ୍‌ ଇଣ୍ଡଷ୍ଟ୍ରିର ହଟ୍‌ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ନୋରା ଫତେହି । ସେ ବେଲି ଡ୍ୟାନ୍ସ ପାଇଁ ବେଶ୍‌ ଜଣା ଶୁଣା । ତାଙ୍କ ଯାଦୁରେ ଅନେକ ଫ୍ୟାନ୍ସ ଦିୱାନ । ନିଜ ଫ୍ୟାଶନ୍‌ ସେନ୍ସ ପାଇଁ ସବୁବେଳେ ରୁହନ୍ତି ଲାଇମ୍‌ଲାଇଟ୍‌ରେ । ନୋରା “ଝଲକ ଦିଖଲା ଜା ୧୦’ରେ ଜଜ୍‌ ଭାବରେ ନଜର ଆସିଛନ୍ତି । ଏକ ସମୟ ଥିଲା ଯେତେବେଳେ ନୋରାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଅଭିନେତ୍ରୀ ଏବେବି ସେ ସମୟକୁ ମନେ ରଖିଛନ୍ତି । ନିକଟରେ ବଡା ପଛତାଓଗେ ଗୀତରେ ଏକ ଡ୍ୟାନ୍ସ ପରଫର୍ମାନ୍ସକୁ ଦେଖି ନୋରା ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ । ତାଙ୍କ ଆଖିରୁ ଲୁହ ଆସିଗଲା । ବ୍ରେକଅପକୁ ନେଇ ନୋରା କହିଥିଲେ କି “ବଡା ପଛତାଓଗେ’ ଗୀତ ଏକ ଭଙ୍ଗା ହୃଦୟ ବିଷୟରେ କହିଥାଏ, କାରଣ ଏହି ଗୀତର ସୁଟିଂ ପୂର୍ବରୁ ମୁଁ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଥିଲି । ତାହା ମନେ ଅଛି । କହିବାକୁ ଗଲେ ବଡା ପଛତାଓଗେ ଗୀତ ପ୍ରେମରେ ବିଶ୍ୱାସଘାତକତା ଉପରେ ଆଧାରିତ । ଏହି ଗୀତରେ ନୋରାଙ୍କ ସହ ବିକି କୌଶଲଙ୍କୁ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.