ପ୍ରଭାସ ଓ କ୍ରୀତି ବଲିଉଡର ନୂଆ ଲଭ ବାର୍ଡ

0 74

ମୁମ୍ବାଇ୨୮ ।୧୧:ବଲିଉଡର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍‌ । ବାହୁବଲୀ ଫେମ୍‌ ପ୍ରଭାସ କ୍ରୀତିଙ୍କୁ ଡେଟ୍‌ କରୁଥିବା ବିଟାଉନରେ ଚର୍ଚ୍ଚା ଜୋର । ଏକ ଶୋ’ରେ
କନଫର୍ମ କରିଛନ୍ତି ବରୁନ ଧୱନ । ଫିଲ୍ମ “ଭେଡିଆ’ର ପ୍ରମୋସନ ପାଇଁ ଆସିଥିଲେ ବରୁଣ ଓ କ୍ରୀତି । ଏହି ସମୟରେ ପ୍ରଯୋଜକ କରଣ ଜୋହର ପଚାରିଥିଲେ, କ୍ରୀତି କାହା ହୃଦୟରେ ଅଛନ୍ତି ? ଉତ୍ତରରେ ବରୁଣ କହିଥିଲେ ଯିଏ ଏବେ ମୁମ୍ବାଇରେ ନାହାନ୍ତି ଓ ଦୀପିକାଙ୍କ ସହ ଫିଲ୍ମ ସୁଟିଂ କରୁଛନ୍ତି । କ୍ରୀତି ବରୁଣଙ୍କ କଥାରେ ହସିଥିଲେ । ଫିଲ୍ମ “ପ୍ରୋଜେକ୍ଟ କେ’ ର ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରଭାସ ଓ ଦୀପିକା । ଫିଲ୍ମ ଆଦିପୁରୁଷରେ ପ୍ରଭାସ ଓ କ୍ରୀତିଙ୍କୁ ଏକାଠି ଦେଖିବାକୁ ମିଳିବ । ଫିଲ୍ମରେ ପ୍ରଭାସ ପୌରାଣିକ ଚରିତ୍ର ରାମ ଓ କ୍ରୀତି ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ୨୦୨୩ ଜୁନ ୧୬ରେ ରିଲିଜ୍‌ ହେବ ଫିଲ୍ମ । ସୂଚନା ଥାଉକି, ନିକଟରେ ପ୍ରଭାସଙ୍କ ଫିଲ୍ମ ହନୁମାନର ଟିଜର ରିଲିଜ ହୋଇଥିଲା । ଟିଜର ରିଲିଜ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ କରିଥିଲା । ଟିଜର ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଥିଲା । ଏହାକୁ ନେଇ ଫ୍ୟାନ୍ସ ଫିଲ୍ମ “ଆଦିପୁରୁଷ’କୁ ଟ୍ରୋଲ କରିଥିଲା । ଫିଲ୍ମ “ହନୁମାନ’ର ନିର୍ଦ୍ଦେଶନା ପ୍ରଶାନ୍ତ ବର୍ମା ଦେଉଛନ୍ତି । ହନୁମାନ ଟିଜରରେ ମୁଖ୍ୟ ଭୂମିକା ଭଗବାନ ହନୁମାନଙ୍କ ଉପରେ ପର୍ଯ୍ୟବେସିତ । ଫିଲ୍ମର ଟିଜରରେ ଆକ୍ସନ ଠାରୁ ଆରମ୍ଭ କରି ରିଆକ୍ସନ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ଟିଜର ଦେଖି ଫ୍ୟାନ୍ସଙ୍କ ଲୋମ ଟାଙ୍କୁରୀ ଯାଇଥିଲା । ଧାର୍ମିକ ଏବଂ ପୌରାଣିକ କଥା ରାମାୟଣକୁ ପୁଣିଥରେ ଦର୍ଶକେ ନୂଆ ରୂପରେ ଦେଖିବାକୁ ପାଇବେ । ଏହି ଫିଲ୍ମ କେବଳ ତେଲୁଗୁ ନୁହେଁ ବରଂ ତାମିଲ, କର୍ଣ୍ଣଡ, ମାଲୟଲମ, ହିନ୍ଦୀ ଭାଷାରେ ରିଲିଜ ହେବ ।

Leave A Reply

Your email address will not be published.