ଆଜିଠୁ ରାଜ୍ୟର ସବୁଠୁ ବଡ଼ ଶିଳ୍ପ ମହାକୁମ୍ଭ

0 68

ଭୁବନେଶ୍ୱର, ୨୯ା୧୧(ଡିକେ ନ୍ୟୁଜ): ବୁଧବାରଠାରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆରମ୍ଭ ହେବ ଶିଳ୍ପ ମହାକୁମ୍ଭ “ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ (ଏମ୍‌ଆଇଓ) ୨୦୨୨ । ଏହି ମହାକୁମ୍ଭକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମହାକୁମ୍ଭରେ ଆଦିତ୍ୟ ବିର୍ଲା କମ୍ପାନୀର ଏମ୍‌ଡି. କୁମାର ମଙ୍ଗଳମ ବିର୍ଲା, ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ.ଏନ.ମିତ୍ତଲ, ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ଏମ୍‌ଡି ଟି.ଭି.ନରେନ୍ଦ୍ରନ୍‌ ପ୍ରମୁଖ ଯୋଗଦେବେ । କେବଳ ଦେଶର ବଡ଼ ବଡ଼ ଶିଳ୍ପପତି ନୁହଁନ୍ତି, ଜାପାନ, ନରୱେ ଏବଂ ଜର୍ମାନୀର ମଧ୍ୟ ବହୁ ପ୍ରତିନିଧି ଏଥିରେ ଯୋଗଦେବେ । ଏହି କନ୍‌କ୍ଲେଭ୍‌ରେ ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ୍‌ କରାଯାଇଛି । ଏହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଲା ମେଟାଲ ଏବଂ ମିନେରାଲ, ପେଟ୍ରୋ କେମିକାଲ୍ସ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି । ଏଥିସହିତ ମୋ ଶିଳ୍ପନୀତି ମଧ୍ୟ ଆସିବ । ପୁଞ୍ଜିନିବେଶକାରୀଙ୍କ ହୋଟେଲରେ ରହଣିଠାରୁ ଆରମ୍ଭ କରି
ମେକ୍‌ ଇନ୍‌ କନ୍‌କ୍ଲେଭ୍‌ରେ ଯୋଗଦେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୦ ପ୍ଲାଟୁନ୍‌ ପୋଲିସ ଫୋସ୍‌ର୍ସ ହିତ ୨୧୩ଜଣ ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । କନକ୍ଲେଭ୍‌ ରାଜ୍ୟରେ ଷ୍ଟାର୍ଟଅପଗୁଡିକରେ ଯଥାସମ୍ଭବ ଅଧିକ ପୁଞ୍ଜିନିବେଶ ଓ ସେଗୁଡିକ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଇବ । ରାଜ୍ୟର ସମୁଦାୟ ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥାରେ ନବସୃଜନ ଏବଂ ସମ୍ପ୍ରସାରଣକୁ ଏହି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରିବା ଆଶା କରାଯାଉଛି । ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମ ବିବିଧ କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକର ଅଭିବୃଦ୍ଧିକୁ ସୁଗମ କରିବା, ସେଥିପାଇଁ ନେଟୱର୍କ ପ୍ରସ୍ତୁତି, ତତ୍‌ସମ୍ପର୍କି ଜ୍ଞାନର ପ୍ରସାର ଏବଂ ସହଭାଗିତା କରିବା ସକାଶେ ଏକ ପ୍ଲାଟଫର୍ମ । ଏମ୍‌ଆଇଓରେ ଷ୍ଟାର୍ଟଅପ୍‌ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହାକୁ ସମୁଦାୟ ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥା ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ବିବେଚନା କରାଯିବ । ଏଥିସହିତ ରାଜ୍ୟରେ ଅନୁକୂଳ ବ୍ୟବସାୟିକ ପରିବେଶ ସହିତ ସରକାରଙ୍କ ପକ୍ଷରୁ ସମର୍ଥନ ବଳରେ ଓଡ଼ିଶା ବାହାର ଷ୍ଟାର୍ଟଅପଗୁଡିକ ମଧ୍ୟ ଓଡ଼ିଶାରେ ସେମାନଙ୍କର ବ୍ୟବସାୟ ସ୍ଥାପନ ସମ୍ଭାବନାକୁ ଆକଳନ କରିପାରିବେ । ଓଡ଼ିଶାରେ ଷ୍ଟାର୍ଟଅପଗୁଡିକର ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ସମ୍ପୂର୍ଣ୍ଣ ନୂତନ ଧରଣର କାର୍ଯ୍ୟକ୍ରମଗୁଡିକ ଜରିଆରେ ରାଜ୍ୟରେ ପୁଞ୍ଜିନିବେଶ ସର୍ବାଧିକ ପରିମାଣରେ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ ଅଧୀନରେ ଷ୍ଟାର୍ଟଅପ୍‌ ଓଡ଼ିଶା ଦେଶରେ ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ଷ୍ଟାର୍ଟଅପ୍‌ ସ୍ଥଳରେ ପରିଣତ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରି·ଲିବ । ମେକ୍‌ ଇନ ଓଡ଼ିଶାର ବିଷୟବସ୍ତୁ ଆଧାରିତ ଅଧିବେଶନ ପ୍ଲେନାରୀ ହଲ୍‌ରେ ଆୟୋଜିତ ହେବ ଏବଂ ଏହାକୁ “ଷ୍ଟାର୍ଟଅପ୍ସ୍‌’ ପାରାଡାଇମ୍‌ ସିଫ୍ଟ ଆଣ୍ଡ ଦି ରୋଡ ଆହେଡ’ ଶୀର୍ଷକ ବିଷୟ ଆଧାରରେ ଷ୍ଟାର୍ଟଅପ୍‌ ଓଡ଼ିଶା ଆୟୋଜନ କରିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗଦେବା ଆଶା କରାଯାଉଛି । ଏଥିରେ ଏମଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ.ଓମକାର ରାୟ ଏବଂ ଏମଏସ୍‌ଏମଇର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ । ପ୍ରତିଷ୍ଠିତ ଉଦ୍ୟୋଗୀ ପଦ୍ମଭୂଷଣ ତଥା ଏଚସିଏଲ ଟେକ୍ନୋଲୋଜିସର ସହ-ପ୍ରତିଷ୍ଠାତା ଅଜୟ ଚୌଧରୀ ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ତାଙ୍କ ସହ ଶିଳ୍ପଜଗତର ନେତୃବୃନ୍ଦ, ୟୁନିକର୍ନ ନେତୃବୃନ୍ଦ ଓ ଅନ୍ୟମାନେ ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ଆଇଏଏନର ପ୍ରତିଷ୍ଠାତା ଅଂଶୀଦାର ପଦ୍ମଜା ରୂପାରେଲ୍‌, ଆଇଡିଆ କ୍ୟାପିଟାଲର ପ୍ରତିଷ୍ଠାତା ରାଜ ମିଶ୍ର, ଲେଟ୍ସେଭେଞ୍ଚରର ସହ-ପ୍ରତିଷ୍ଠାତା ଏବଂ ସିଇଓ-ଶାନ୍ତି ମୋହନ, ପ୍ରେମ ପାର୍ଥସାରଥୀ, ମ୍ୟାନେଜିଂ ପାର୍ଟନରପୋନ୍ଟାକ୍‌, ମନୋଜ କୁମାର ଅଗ୍ରୱାଲ, ମ୍ୟାନେଜିଂ ପାର୍ଟନର- ସିଫଣ୍ଡ୍‌, ୟୁନିକର୍ନ ଇଣ୍ଡିଆର ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର ଅନିଲ ଯୋଶୀ, ପର୍ପଲର ସହ-ପ୍ରତିଷ୍ଠାତା ରାହୁଲ ଦାଶ ଏବଂ ପାର୍ଥ ଦାଶ ପ୍ରମୁଖ ଏଥିରେ ଯୋଗଦେବେ । ଏହି କନକ୍ଲେଭ ଏଭଳି ଏକ ପ୍ଲାଟଫର୍ମ ଯୋଗାଇଦେବ, ଯାହା କେବଳ ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥାକୁ ଉତ୍‌ପ୍ରେରିତ କରିବ ନାହିଁ, ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏଗ୍ରିଟେକ୍‌, ଫୁଡ୍‌ ଓ ବେଭରେଜ, ହେଲଥ କେୟାର, ମାନୁଫାକ୍‌ଚରିଂ
ଏବଂ ନନ୍‌-ଆଇଟି ଷ୍ଟାର୍ଟଅପ୍‌ ଆଦି ବିବିଧ କ୍ଷେତ୍ରର ଯୋଗଦାନରେ ବୃଦ୍ଧି ଘଟାଇବ । ଅନ୍ତର୍ଜାତିକ ସମୁଦାୟଙ୍କ ନିକଟରେ ପହଞ୍ଚିବା ପ୍ରୟାସର ଅଂଶସ୍ୱରୂପ ସରକାର ଜର୍ମାନୀ, ନରୱେ ଏବଂ ଜାପାନ ସହିତ ମେକ୍‌ ଇନ ଓଡ଼ିଶା ୨୦୨୨ କନକ୍ଳେଭର ଅଂଶ ହେବାକୁ ସହଭାଗିତା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୫୦ଟି
ସ୍ୱତନ୍ତ୍ର ଷ୍ଟାର୍ଟଅପକୁ ନେଇ ଏକ ଅନନ୍ୟ କଫିଟେବୁଲ ପୁସ୍ତକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.