ପାଖଉଛି ସମୟ ଜମୁଛି ପ୍ରଚାର, ଶୋଭାଯାତ୍ରାରେ ଭୋଟ ଭିକ୍ଷା କରୁଛନ୍ତି ବର୍ଷା

0 75

ଭୁବନେଶ୍ୱର, ୨୯ା୧୧ (ଡିକେ ନ୍ୟୁଜ୍‌): କମ୍ପୁଛି ପଦ୍ମପୁର ପ୍ରଚାର ମୈଦାନ । ଉପନିର୍ବାଚନ ତାରିଖ ପାଖେଇବା ସହ ଦୁଲୁକୁଛି ପଦ୍ମପୁର । ଗଳିକନ୍ଦିରେ ବୁଲୁଛି
ପ୍ରଚାର ଗାଡ଼ି । ସଭା, ଶୋଭାଯାତ୍ରା ସାଙ୍ଗକୁ ଡୋର ଟୁ ଡୋର କ୍ୟାମ୍ପେନ୍‌ରେ ଫାଟୁଛି ପୂରା ଅଞ୍ଚଳ । ପଦ୍ମପୁର ଉପନିର୍ବାଚନ ପାଇଁ ଆଉ କେଇଟା ଦିନ ହାତରେ ଥିବା ବେଳେ ଜୋରଦାର ପ୍ରଚାର ଚଳାଇଛି ବିଜେଡି । ଭୋଟିଂ ସମୟ ପାଖେଇବା ସହ କ୍ୟାମ୍ପେନ୍‌ ତାତି ବଢ଼ୁଛି । ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡ଼ିଛନ୍ତି ବିଜେଡି ପ୍ରାର୍ôଥନୀ ବର୍ଷା ସିଂ ବରିହା । କାହାକୁ ମିଳିବ ଲୋକଙ୍କ ଭୋଟ, କିଏ ପିନ୍ଧିବ ବିଜୟ ମୁକୁଟ । ଏହି ଚର୍ଚ୍ଚା ଏବେ ପଦ୍ମପୁରରେ ଜୋର ଧରିଥିବା ବେଳେ
ରୋଡ୍‌ ଶୋ’ ଏବଂ ଶୋଭାଯାତ୍ରାରେ ଭୋଟଭିକ୍ଷା କରୁଛନ୍ତି ବର୍ଷା ସିଂ ବରିହା । ଆଜି ସେ ପ୍ରଥମେ ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ତନସିଂହା ପଞ୍ଚାୟତ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା କରି ଭୋଟଭିକ୍ଷା କରିଥିଲେ । ବର୍ଷାଙ୍କ ସହ ସାମିଲ ହୋଇଥିଲେ ଦଳର ହେଭିୱେଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ପାଥେୟ କରି ବାପାଙ୍କ ଅଧୁରା ସ୍ୱପ୍ନ ସାକାର କରିବାକୁ ଜନସମର୍ଥନ ଲୋଡ଼ିଥିଲେ ବର୍ଷା । ଦଳୀୟ ପ୍ରାର୍ଥୀ ବର୍ଷାଙ୍କୁ ଆଶୀର୍ବାଦ ଅଜାଡୁଥିଲେ ପଦ୍ମପୁରବାସୀ । ହଜାର ହଜାର ସଂଖ୍ୟକ ଭୋଟର ବର୍ଷାଙ୍କୁ
ଆଶୀର୍ବାଦ କରିବା ସହିତ ତାଙ୍କୁ ଭୋଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦିନରାତି ଏକ କରି ପ୍ରଚାରକୁ ସରଗରମ କରିଛି ବିଜେଡି ।

Leave A Reply

Your email address will not be published.