ଭୀଷଣ ବାତ୍ୟାରେ ପରିଣତ ହେଲା ମାଣ୍ଡୋସ୍‌

0 75

ନୂଆଦିଲ୍ଲୀ/ଭୁବନେଶ୍ୱର, ୮ା୧୨(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା “ମାଣ୍ଡୋସ୍‌’ । ଗଭୀର ଅବପାତ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ପୁଡୁଚେରୀ କାରାଇକାଲରଠାରୁ ୪୨୦ କିଲୋମିଟର ଏବଂ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଅଛି ବାତ୍ୟା । ଆସନ୍ତାକାଲି ମଧ୍ୟ ରାତି ସୁଦ୍ଧା ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଆସନ୍ତାକାଲି ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଅଧିକ ରହିବ ପବନର ବେଗ । ପୁଡୁଚେରୀ-ଶ୍ରୀହରିକୋଟା ଦେଇ ଅତିକ୍ରମ କଲାବେଳେ ଘଣ୍ଟାପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ଓ ଏହା ବଢ଼ି ୮୫ କିଲୋମିଟର ଛୁଇଁପାରେ । ତେବେ ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । କିନ୍ତୁ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

Leave A Reply

Your email address will not be published.