ଭାବପ୍ରବଣତାରୁ ଆରମ୍ଭ ଭାବବିହ୍ୱଳରେ ଶେଷ

0 71

ପଦ୍ମପୁର, ୮ା୧୨ (ଡିକେ ନ୍ୟୁଜ୍‌): ଏଥର ପଦ୍ମପୁରବାସୀ ଦେଖିଲେ ନୂଆ ନିର୍ବାଚନ ପ୍ରଚାର । ଯାହା ଭାବପ୍ରବଣତାରୁ ଆରମ୍ଭ ହୋଇ ଭାବବିହ୍ୱଳରେ ଶେଷ ହୋଇଛି । ପଦ୍ମପୁରରେ ବର୍ଷାଙ୍କ ଉପରେ ଭୋଟ ବର୍ଷା । ଗଣତି ଆରମ୍ଭରୁ ହିଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭାରି ପଡ଼ିଥିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବିଜେପିର ସବୁ ନକାରାତ୍ମକ ପ୍ରଚାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର । ପ୍ରସଙ୍ଗଭିତ୍ତିକ ନିର୍ବାଚନକୁ ସମର୍ଥନ କରିଛନ୍ତି ପଦ୍ମପୁରବାସୀ । ପ୍ରଥମରୁ ଭୋଟରଙ୍କୁ ଆବେଗପୂର୍ଣ୍ଣ
ନିବେଦନ କରିଥିଲେ । ଅଞ୍ଚଳର ବିକାଶ ପାଇଁ ମାଟି ଝିଅକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଭୋଟରଙ୍କୁ ଭେଟିବା ବେଳେ ଭାବପ୍ରବଣ ହୋଇପଡ଼ୁଥିଲେ । ବାପାଙ୍କୁ ମନେ ପକାଇ ପ୍ରଚାର ବେଳେ କାନ୍ଦି ପକାଉଥିଲେ ବର୍ଷା । ମହିଳାମାନେ ପାଛୋଟି ନେବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହେଉଥିଲା । ଜୀବନ ଥିବା ଯାଏ ପଦ୍ମପୁରର ସେବା କରିବେ ବୋଲି ବର୍ଷା ଭୋଟରଙ୍କୁ କହୁଥିଲେ । ବାପାଙ୍କ ଅଧୂରା ସ୍ୱପ୍ନ ପୂରଣ କରିବେ । ତାଙ୍କ ରକ୍ତ ପଦ୍ମପୁର ମାଟିର । ସେ ଏଠାରେ ବଢ଼ିଛନ୍ତି
ଓ ପଢ଼ିଛନ୍ତି । ପଦ୍ମପୁରର ବିକାଶଧାରାକୁ ଆଗେଇ ନେବେ ବୋଲି ଭୋଟରଙ୍କୁ ନମ୍ରତାର ସହ କହିଥିଲେ । ବିଭିନ୍ନ ମଞ୍ଚରେ ମୁଣ୍ଡିଆ ମାରି ପଦ୍ମପୁରବାସୀଙ୍କ ଆଶୀର୍ବାଦ ନେଉଥିଲେ । ଆଉ ତାଙ୍କ ବିଜୟ ପରେ ବାପାଙ୍କ ସମାଧି ସ୍ଥଳକୁ ଯାଇ ଆଶୀର୍ବାଦ ନେଇଥିଲେ । ବିଜେପି ତାଙ୍କ ବ୍ୟକ୍ତିଗତ ସ୍ତରକୁ ଯାଇ ପ୍ରଚାର କରିଥିଲା । ଯାହାକୁ ନେଇ ପଦ୍ମପୁରରୁ ଭୁବନେଶ୍ୱର ଯାଏ ଝଡ଼ ଦେଖିବାକୁ ମିଳିଥିଲା । ବର୍ଷା ବରିହା ପରିବାରର ନୁହଁନ୍ତି, ସେ କେଉଁଠି ରହିବେ ଏପରି କହି ତାଙ୍କୁ ବ୍ୟକ୍ତିଗତ ହମଲା କରିଥିଲେ । ପ୍ରଚାର ଲଢେ଼ଇରେ ପ୍ରସଙ୍ଗକୁ ଛାଡ଼ି ବିଜେପିର ବରିଷ୍ଠ ନେତା ଏମିତି କଥା କହି ତାଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିଥିଲେ । ପ୍ରତି କଥାରେ ଆକ୍ଷେପ ପରେ ଆକ୍ଷେପ କରିଥିଲେ ବିଜେପିର ବରିଷ୍ଠ କେତେକ ନେତା । ସାଂସଦ ଜୁଏଲ ଓରାମ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ତାଙ୍କୁ ଏଭଳି ଆକ୍ଷେପ କରିଥିଲେ । ଏମିତିକୁ ମହିଳାଙ୍କୁ ବିଜେପି ଅସମ୍ମାନ କରୁଥିବା ଅଭିଯୋଗ ହୋଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରବାସୀ ।

Leave A Reply

Your email address will not be published.