ହିନ୍ଦୀ ଭର୍ସନରେ ରିଲିଜ୍‌ ହେଲା “କାନ୍ତାରା’

0 65

ମୁମ୍ବାଇ ୦୯ ।୧୨: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଋଷବ ଶେଟ୍ଟୀ । “କାନ୍ତାରା’ ଚଳିତ ବର୍ଷ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା । ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି । ଭାରତ ହି ନୁହେଁ ବିଦେଶରେ ବୁ ବହୁତ ଭଲ ପ୍ରଦର୍ଶନ କରିବା ସହ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା । ବର୍ତ୍ତମାନ ବାକି ରହିଥିବା କିଛି ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଛି । କାହିଁକି ନା ହିନ୍ଦୀ ଭର୍ସନରେ ଏହା ରିଲିଜି ପାଇଁ ପାଇଁ ଆଗ୍ରହ ସହ ଅପେକ୍ଷା କରିଥିଲେ । ତାହା ଏବେ ସମାପ୍ତ ହୋଇଛି । ଚଳିତ ବର୍ଷର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର “କାନ୍ତାରା’ର ହିନ୍ଦୀ ଭର୍ସନକୁ ଦୀର୍ଘ ସମୟ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି । ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଛି । ଏହି ଚଳଚ୍ଚିତ୍ରଟି ଆମାଜନ ପ୍ରାଇମରେ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରସାରିତ ହୋଇଥିଲା । ଫିଲ୍ମଟି ବଡ ପରଦାରେ ଯେମିତି ଭଲ ପ୍ରଦର୍ଶନ କରିଥିଲା ଓଟିଟିରେ ବି ଧାମାଲ କରୁଛି । କିନ୍ତୁ ହିନ୍ଦୀ ପ୍ରଶଂସକମାନେ ମଧ୍ୟ କାନ୍ତାରାଙ୍କୁ ସମାନ ପ୍ରେମ ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଋଷଭଙ୍କ ଫିଲ୍ମକୁ ଦର୍ଶକେ ବହୁତ ଭଲ ପାଇବା ଦେଇଥିଲେ । କିନ୍ତୁ ସବୁଠାରୁ ବଡ କଥା “କାନ୍ତାରା’କୁ ସୁପରଷ୍ଟାର ରଜନୀକାନ୍ତ ବହୁତ ପ୍ରଶଂସା କରିଛନ୍ତି । ଅନ୍ୟପଟେ ସୁପରଷ୍ଟାର କମଲ ହାସନ ମଧ୍ୟ “କାନ୍ତାରା’କୁ ଏକ ଉଜ୍ଜ୍ୱଳ ଚଳଚ୍ଚିତ୍ର ବୋଲି ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.