ଯୁକ୍ତ ୩ ନାମଲେଖା ଆଜିଠୁ ଆବେଦନ: ୧୫ରେ ମେଧା ତାଲିକା

0 70

ଭୁବନେଶ୍ୱର, ୯ା୧୨(ଡିକେ ନ୍ୟୁଜ): ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ । ଖାଲି ଥିବା ସିଟରେ ନାମଲେଖା ପ୍ରକ୍ରିୟା ପୁନଃ ଆରମ୍ଭ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସାମ୍ସ ଜରିଆରେ ନାମଲେଖା ପ୍ରକ୍ରୟା ଅନୁଷ୍ଠିତ ହେବାକୁ ଥିବାବେଳେ ଆବେଦନ ୧୦ ତାରିଖ ୧୧ଟାରୁ ଆରମ୍ଭ ହେବ । ଏଥିନେଇ ୧୨ ତାରିଖରେ ନାମଲେଖା ପାଇଁ ଆବେଦନ ଶେଷ ହେବ । ୧୫ ତାରିଖ ଅପରାହ୍ଣରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ତେବେ ସମସ୍ତ ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୦ ତାରିଖରେ ସରିବ ବୋଲି ଜଣାପଡ଼ିଛି । ତୃତୀୟ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୫୬ ହଜାର ୭୪୯ଟି ବଳକା ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.