ରାଜଧାନୀରେ ବାଇକ୍‌ ଲୁଟେରା ସକ୍ରିୟ

0 63

ଭୁବନେଶ୍ୱର,୧୧ା୧୨(ଡିକେ ନ୍ୟୁଜ): ଥରେ ବାଇକ୍‌ ଚୋରି ହେଲେ ମିଳିବା କାଠିକର ପାଠ । ଯଦି ବି ବାଇକ ମିଳୁଛି, ଉକ୍ତ ବାଇକର ପ୍ରକୃତ ମାଲିକକୁ ଚିହ୍ନଟ ହୋଇପାରୁନ । ଥାନାରେ ବର୍ଷବର୍ଷ ଧରି ପଡ଼ି ରହିବା ପରେ ଖତ ଖାଉଛି । କାରଣ କେଉଁ ବାଇକର ନମ୍ବର ପ୍ଲେଟ୍‌ ବଦଳାଯାଇଛି ତ ଆଉ କାହାର ରଙ୍ଗ ବଦଳାଇ ଦିଆଯାଇଛି । ଏପରିକି ରାଜଧାନୀରୁ ବାଇକ ଚୋରି ହେଲେ ଗଞ୍ଜାମରୁ ମିଳୁଛି । ଏଭଳିଭାବେ ବାଇକ୍‌ ଚୋରଙ୍କ ଅମରାବତି ପାଲଟିଗଲାଣି ଭୁବନେଶ୍ୱର । ପ୍ରତିଦିନ ଭୁବନେଶ୍ୱରରୁ ହାରାହାରି ୨/୩ରୁ ବାଇକ୍‌ ଚୋରି ହେଉଛି । ଥାନାଗୁଡିକରେ ବି ବାଇକ ଚୋରି ସମ୍ପର୍କିତ ମାମଲା ଗଦାଗଦା ହୋଇ ପଡ଼ିଛି । ଆଉ ଚୋରି ବାଇକ୍‌ ପଛରେ ଜେଲରୁ ଜାମିନ୍‌ରେ ମୁକୁଳିଥିବା ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି ।ସେମାନେ ଭୁବନେଶ୍ୱରରୁ ବାଇକ ଚୋରି କରି ରାଜ୍ୟ କିମ୍ବା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ରାଜଧାନୀର ପାର୍କ, ହାଟ, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ୍‌ କରୁଛନ୍ତି ଲୁଟେରା । କେତେବେଳେ ମାଷ୍ଟର ·ବିରେ ତ, ଆଉ କେତେ ଲକ୍‌ ଭାଙ୍ଗି ବାଇକ ଚୋରି କରି ଫେରାର୍‌ ହୋଇଯାଉଛନ୍ତି ଲୁଟେରା । ଗତ ୧୧ ମାସରେ ରାଜଧାନୀର ବିଭିନ୍ନ ଥାନାରେ ୭୧୫ ବାଇକ ଚୋରି ମାମଲା ରୁଜୁ ହୋଇଛି । ସେଥିରୁ ୧୧୨ଟି ମାମଲାରେ ତଦନ୍ତ ଶେଷ କରାଯାଇ ୩୨୭ଟି ବାଇକ ଜବତ କରାଯାଇଛି । ଆଉ ବାଇକ୍‌ ଚୋରି କରିଥିବା ୩୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ·ଲାଣ କରାଯାଇଛି । ସେହିପରି ଜବତ ମଟରସାଇକେଲଗୁଡ଼ିକୁ ବାଇକ ମେଳା କରି ଫେରାଉଛି କମିସନରେଟ୍‌ ପୋଲିସ । ଏବର୍ଷ ବାଇକ ଚୋରି ହୋଇଥିବା ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ କାଗଜପତ୍ର ଯାଞ୍ଚ କରି ୯୬ ଜଣଙ୍କୁ ବାଇକ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଦୁଇବର୍ଷରେ ଭୁବନେଶ୍ୱରରୁ ୧୬୬୮ଟି ବାଇକ ଚୋରି ହୋଇଥିବା ବେଳେ ୫୦୭ଟି ବାଇକ ଜବତ ହୋଇଛି । ସେଭଳି ବାଇକ ଚୋରି ଅଭିଯୋଗରେ ୫୯୩ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ଦୁଇବର୍ଷର ରିପୋର୍ଟ ଦେଖିଲେ ଚୋରି ତୁଳନାରେ ଜବତ ହାର ବେଶ୍‌ ନଗଣ୍ୟ ରହିଛି । ରାଜ୍ୟ କିମ୍ବା ଜିଲ୍ଲା ବାହାରକୁ ବାଇକ୍‌ ଚୋରା ·ଲାଣ କରାଯାଉଥିବା ଜଣାପଡ଼ିଛି । ଏଣୁ ଚୋରି ବାଇକଗୁଡ଼ିକ ଠାବ କରିବା ପୋଲିସ ଲାଗି ମୁସ୍କିଲ ହୋଇପଡ଼ିଛି । ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ବାଇକ ଚୋରି ହେଉଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯାଇଛି । ସେଇ ସ୍ଥାନରେ ପୋଷ୍ଟର୍‌ ଲଗାଯାଇ ସଚେତନ କରାଯାଇଛି । ଏପରିକି ଲୁଟେରାଙ୍କ ଠାବ କରିବା ସହ ବାଇକ ଜବତ କରିବା ପ୍ରକ୍ରିୟା ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ଲାଗିଲା ହୋର୍ଡିଂ, ପୋଷ୍ଟର୍‌ ଏଣିକି ବାଇକ ଚୋରିରେ ଲାଗିବ ଅଙ୍କୁଶ । ବାଇକ ଚୋରିକୁ ରୋକିବା ଲାଗି କମିସନରେଟ୍‌ ପୁଲିସ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତିୟ ଆଉ ସଚେତନତା କରିବା ଦିଗରେ ଆଉ ପାଦେ ଆଗେଇଛି ପୁଲିସ । ରାଜଧାନୀର ବାଇକ୍‌ ଚୋରି ପ୍ରବଣିତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି । ଉକ୍ତ ସ୍ଥାନଗୁଡ଼ିକରେ କମିସନରେଟ୍‌ ପୋଲିସ ପକ୍ଷରୁ ହୋର୍ଡିଂ ଓ ପୋଷ୍ଟର୍‌ ଲଗାଯାଇଛି । ସହରର ପ୍ରମୁଖ ପାର୍କ, ୟୁନିଟ୍‌-୧ ଓ ୨ ହାଟ, ବଜାର, ହସ୍ପିଟାଲ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହୋର୍ଡିଂ ଲଗାଇ ଏକ ପରାମର୍ଶ ଜାରି କରାଯାଇଛି । ଡବଲ ଲକ୍‌ ଓ ଚେନ୍‌ ଲକ କରାଯାଇ, ବାଇକ ଚୋରିକୁ କିଭଳି ରୋକାଯାଇ ପାରିବ ଲକ୍‌ ଚିତ୍ର ଉକ୍ତ ହୋର୍ଡିଂରେ ରହିଛି । ସେପଟେ ବାଇକଗୁଡ଼ିକରେ ଜିପିଏସ୍‌ ଲଗାଇବାକୁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.