ନୂଆଦିଲ୍ଲୀ, ୧୧ା୧୨: ଚନ୍ଦ୍ରରୁ ପୃଥିବୀକୁ ଫେରିଲା ନାସାର ଅନ୍ତରୀକ୍ଷ ଯାନ ଓରିଅନ୍ କ୍ୟାପସୁଲ୍ । ୨୬ ଦିନର ଅନ୍ତରୀକ୍ଷ ଯାତ୍ରା ପରେ ଆଜି ପୃଥିବୀ ପୃଷ୍ଠରେ ପହଞ୍ôଚଛି । କାଲିଫର୍ଣ୍ଣିଆ ବଜା ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା ଓରିଅନ୍ । ନାସାର ଆର୍ଟେମିସ୍-୧ ମୁନ୍ ମିଶନର ଏହା ଥିଲା ଚ୍ୟାଲେଞ୍ଜିଂ ପର୍ଯ୍ୟାୟ । ଘଣ୍ଟା ପ୍ରତି ୨୫ହଜାର ମାଇଲ୍ ବା ୪୦ହଜାର କିମି ବେଗରେ ପୃଥିବୀ ଭିତରକୁ ପ୍ରବେଶ କରିଥିଲା ଓରିଅନ୍ । ଯାହା ଶବ୍ଦର ବେଗଠାରୁ ପ୍ରାୟ ୩୨ଗୁଣ ଅଧିକ । ଏହି ବେଗରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ବେଳେ ୫ହଜାର ଡିଗ୍ରୀ ଫାରେନ୍ ହାଇଟ୍ ବା ୨୮୦୦ ଡିଗ୍ରୀ ତାପମାତ୍ରା ସୃଷ୍ଟି ହୋଇଥିଲା । ଯାହା ସୂର୍ଯ୍ୟପୃଷ୍ଠ ତାପମାତ୍ରାର ପ୍ରାୟ ଅଧା । ତେବେ ଏତେ ଉଚ୍ଚ ତାପମାତ୍ରାରେ ଓରିଅନ୍ ଜଳିଯିବା କଥା । କିନ୍ତୁ କବଚ ଘୋଡ଼ାଇ ରଖିଥିଲା ହିଟ୍ ସିଲ୍ଡ । ଏହି ହିଟ୍ସିଲ୍ଡ୍ ତାପମାତ୍ରାକୁ ସହ୍ୟ କରିବାର ଶକ୍ତି ରହିଛି । ଏହି ହିଟ୍ ସିଲ୍ଡ ପାଇଁ ଏହା ପରୀକ୍ଷା ଥିଲା ବୋଲି କହିଛନ୍ତି ନାସା ବୈଜ୍ଞାନିକ । ପୂର୍ବରୁ ସାନ୍ ଡିଓଭୋ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ପ୍ରତିକୂଳ ପାଗ ଯୋଗୁ ଏଥିରେ ପରିବର୍ତ୍ତନ କରାଯାଇଥିଲା । ସାନ୍ ଡିଓଭୋଠାରୁ ୩୦୦ ମାଇଲ୍ ଦୂରରେ ଓରିଅନ୍ ଅବତରଣ କରିଥିଲା । ଅବତରଣ ପରେ ଓରିଅନ୍କୁ ଅପେକ୍ଷା କରି ରହିଥିଲା ଆମେରିକାର ନୌସେନା ଜାହାଜ ୟୁଏସ୍ ପୋର୍ଟଲ୍ୟାଣ୍ଡ । ଆର୍ଟେମିସ୍-୧ ମୁନ୍ ମିଶନ ନଭେମ୍ବର ୧୬ରେ ଅନ୍ତରୀକ୍ଷକୁ ଯାତ୍ରା ଆରମ୍ଭ କରିଥିଲା । ନଭେମ୍ବର ୨୫ରେ ଚନ୍ଦ୍ର କକ୍ଷପଥରେ ଏହି ଅନ୍ତରୀକ୍ଷ ଯାନ ପ୍ରବେଶ କରିଥିଲା । ଡିସେମ୍ବର ୧ରେ କକ୍ଷପଥରୁ ବାହାରକୁ ଆସିଥିଲା ଓରିଅନ୍ । ନାସାର ସ୍ପେଶ ଲଞ୍ଚ ସିଷ୍ଟମ ଏସଏଲଏସ
ରକେଟ୍ରେ ଲାଗିଥିବା କ୍ୟାମେରା ଏବଂ ଓରିଅନ୍ର ଆଭ୍ୟନ୍ତରୀଣ କ୍ୟାମେରା ଚନ୍ଦ୍ରର ଅତି ନିକଟରୁ ଚମକ୍ରାର ଚିତ୍ର ପଠାଇଛି । ୨୦୨୪ରେ ରହିଛି ନାସାର ଆର୍ଟେମିସ୍୨ ମିଶନ । ୨୦୨୫ ବା ୨୦୨୬ରେ ନାସାର ମୁନ୍ ମିଶନ ଆର୍ଟେମିସ୍-୩ ଆରମ୍ଭ ହେବ । ଏଥିରେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଯାତ୍ରା କରିବ ଅନ୍ତରୀକ୍ଷ ଯାନ । ଏହି ଦଶନ୍ଧି ଶେଷ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ କ୍ୟୁ ସଦସ୍ୟଙ୍କୁ ନେଇ ବେଶ୍ କ୍ୟାମ୍ପ ପ୍ରତିଷ୍ଠା ଲକ୍ଷ୍ୟ ରଖିଛି ନାସା ।
ଚନ୍ଦ୍ରରୁ ଫେରିଲା ନାସା ସ୍ପେଶ ଏୟାରକ୍ରାଫ୍ଟ
Next Post