ଆଜି ଶପଥ ନେବେ ବର୍ଷା ବ୍ୟକ୍ତିଗତ ଆକ୍ଷେପ ହେଲା ଆଶୀର୍ବାଦ

0 63

ଭୁବନେଶ୍ୱର, ୧୧ା୧୨ (ଡିକେ ନ୍ୟୁଜ୍‌): ସୋମବାର ଶପଥ ନେବେ ପଦ୍ମପୁରର ନବନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା । ସେ ଆରମ୍ଭ କରିବେ ତାଙ୍କର ନୂଆ ଇନିଂସ୍‌ । ଶାଶୂଘରେ ଏବେ ସେ ବୋହୂପଣିଆ କରୁଛନ୍ତି । ପରିବାର ଲୋକଙ୍କ ଖାଇବା ପିଇବା ସହ ଭଲମନ୍ଦ ବୁଝୁଛନ୍ତି ବିଧାୟିକା ବୋହୂ । ଶୁଭେଚ୍ଛା ଜଣାଇବାକୁ ଘରକୁ ଆସୁଛନ୍ତି ଅତିଥି । ବର୍ଷା କହିଛନ୍ତି, ବୋହୂର କର୍ତ୍ତବ୍ୟ ସହ ପଦ୍ମପୁରବାସୀଙ୍କ ସେବା କରି ଚାଲିବେ । ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । ମହିଳାଙ୍କୁ ଅସମ୍ମାନ ନିନ୍ଦନୀୟ ବୋଲି ସେ କହିବା ସହିତ ବିଜେପି ନେତାଙ୍କଠାରୁ ଏମିତି କେବେ ସେ ଆଶା କରିନଥିଲେ । ସେମାନଙ୍କ ସମାଲୋଚନା ତାଙ୍କ ପାଇଁ ଆଶୀର୍ବାଦ ହେଲା । ଉପନିର୍ବାଚନ ବେଳେ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ପଦ୍ମପୁରରୁ ଭୁବନେଶ୍ୱର ଯାଏ କମ୍ପନ୍‌ ସୃଷ୍ଟି କରିଥିଲା । ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ହୋଇଥିଲା ବାକ୍‌ ଯୁଦ୍ଧ । ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନମ୍ରତାର ସହ ମହିଳାଙ୍କୁ ଅସମ୍ମାନ ନ କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗ ନେଇ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ କଡ଼ା ସମାଲୋଚନା କରିଥିଲେ । ବିଜେପି ମହିଳାଙ୍କୁ ନେଇ କି ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.