ଭାଇଜାନ୍‌ଙ୍କୁ ନେଇ ଚର୍ଚ୍ଚା

0 98

ମୁମ୍ବାଇ, ୧୦ା୧୨:ବଲିଉଡର ମୋଷ୍ଟ ଏଲିଜେବଲ୍‌ ବ୍ୟାଚଲର ତଥା ଭାଇଜାନ ସଲମାନ୍‌ ଖାନ୍‌ ତାଙ୍କର ପ୍ରଫେସନାଲ ଲାଇଫ ହେଉ ବା ପର୍ସନାଲ ଲାଇଫ୍‌, ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ତାଙ୍କର ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସଲମାନ । ସଲମାନ ତାଙ୍କର ଲଭ ଲାଇଫ୍‌କୁ ନେଇ ଏବେ ସେ ଅଛନ୍ତି ଚର୍ଚ୍ଚାରେ । ଦୀର୍ଘ ଦିନ ଧରି ବିଦେଶୀ ବ୍ୟୁଟି ୟୁଲିଆ ଭନ୍ତୁରଙ୍କ ସହ ସଲମାନଙ୍କ ସମ୍ପର୍କକୁ ନେଇ ବହୁତ କିଛି ଶୁଣିବାକୁ ମିଳୁଥିଲା । ହେଲେ ଏବେ ଶୁଣାଯାଉଛି, ସଲମାନ୍‌
ତାଙ୍କ ଠାରୁ ୨୪ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କ ସହ ଡେଟ କରୁଛନ୍ତି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ପୂଜା ହେଗ୍‌ଡେ । ସଲମାନଙ୍କ ନାମ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀଙ୍କ ସହ ଯୋଡି ହୋଇନି । ଏହା ପୂର୍ବରୁ ତାଙ୍କ ନାମ ଐଶ୍ୱର୍ଯ୍ୟାଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତ୍ରୀଙ୍କ ସହ ଶୁଣିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ସଲମାନ ଡେଟ କରୁଥିବା ଅଭିନେତ୍ରୀ ହେଉଛନ୍ତି ପୂଜା ହେଗଡେ । ପୂଜା ତାଙ୍କ ସହ ୨ ଟି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମ “କିସି କା ଭାଇ କିସି କି ଜାନ୍‌’ ରେ ସେ ସଲମାନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ ପୂଜାଙ୍କ ୨ ଟି ଫିଲ୍ମ ପାଇଁ ସାଇନ ମଧ୍ୟ କରିଛନ୍ତି । ପୂଜା ହେଗଡେ ସଲମାନଙ୍କ ଠାରୁ ୨୪ ବର୍ଷ ସାନ ବୋଲି ଜଣାଯାଇଛି । ସଲମାନଙ୍କ ଡେଟିଂ ଖବର ନେଇ ଟ୍ୱିଟ କରିଛନ୍ତି ଉମରେ ସଂଘୁ ।

Leave A Reply

Your email address will not be published.