ଗଣମାଧ୍ୟମ ଆଗରେ ଫଁ-ଫଁ: ଇଡ଼ିରେ ଚୁପ୍‌

0 67

ଭୁବନେଶ୍ୱର,୧୦ା୧୨(ଡିକେ ନ୍ୟୁଜ): ରାଜ୍ୟର ତଦନ୍ତକାରୀ ସଂସ୍ଥା ଉପରୁ ଭରସା ତୁଟାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଗରେ ମୁହଁ ଖୋଲିବାକୁ ବ୍ୟଗ୍ର ଥିଲେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ । ଆଉ ରିମାଣ୍ଡରେ ଯିବା ବେଳେ ଗଣମାଧ୍ୟମରେ ଗର୍ଜିଥିଲେ । କହିଥିଲେ, ମୁଁ ଇଡିକୁ ଅପେକ୍ଷା କରିଥିଲି । ମୁହଁ ଖୋଲିବାକୁ ସୁଯୋଗ ମିଳିବ । କିଏ କିଏ ସବୁ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବି ବୋଲି କହିଥିଲେ ଅର୍ଚ୍ଚନା । ହେଲେ ରିମାଣ୍ଡରେ ଗଲା ପରେ ଇଡି ଆଗରେ ମୁହଁ ଖୋଲୁନାହାନ୍ତି ହନିଟ୍ରାପ୍‌
କୁଇନ । ଗତ ୬ ତାରିଖରେ ଅର୍ଚ୍ଚନାକୁ ରିମାଣ୍ଡରେ ନେଇଥିଲା । ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର କରାଯାଇଥିଲା ମେଡ଼ିକାଲ୍‌ ଚେକ୍‌ଅପ୍‌ । କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ଦେଖିଥିବା ବୟାନ୍‌କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରାଜନେତା ଓ ଅଫିସରଙ୍କ ମୁଖା ଖୋଲି ଯିବ ବୋଲି ଆଶା କରାଯାଉଥିଲା । ହେଲେ ଅର୍ଚ୍ଚନା ଆଜି ପର୍ଯ୍ୟନ୍ତ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ଏପରିକି ଓଡ଼ିଶାକୁ ଦୋହଲାଇ ଦେଲା ଭଳି ରଖିଥିବା ତଥ୍ୟ ଦେଉଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି । ଅନ୍ୟପକ୍ଷରେ ଅର୍ଚ୍ଚନା ରିମାଣ୍ଡରେ ଗଲା ପରେ ବି ନା କୌଣସି ପ୍ରଭାବଶାଳୀଙ୍କୁ ଇଡ଼ି ଅଫିସରେ ଦେଖିବାକୁ ମିଳୁଛି ନା ଅନ୍ୟ ଅଭିଯକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇପାରୁଛି । ଅର୍ଥାତ ବଡ଼ ବଡ଼ିଆଙ୍କ ତଥ୍ୟ ଲୁ·ଉଛି କି ଅର୍ଚ୍ଚନା? ମିଡ଼ିଆ ଆଗରେ ଫଁ’ ଦେଖାଉଥିବା ଅର୍ଚ୍ଚନା ଇଡ଼ି ଆଗରେ ଆଉ ଗୋଟିଏ କଥା କହୁଛି । ଅର୍ଚ୍ଚନାଙ୍କ ଏଭଳି ଡୁଆଲ୍‌ ଗେମ୍‌ ରହସ୍ୟ କ’ଣ? ମିଡିଆରେ ବୟାନ ପରେ ତଥ୍ୟ ନଖୋଲିବାକୁ ଅର୍ଚ୍ଚନା ଉପରେ କୌଣସି ବାହ୍ୟ ·ପ ପଡୁନି ତ? ସେପଟେ ଆର୍ଥିକ ସାମ୍ରାଜ୍ୟର ତଦନ୍ତ କରୁଥିବା ଇଡ଼ିକୁ
ଆଜି ଅର୍ଚ୍ଚନାଙ୍କ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛି ଖଣ୍ଡଗିରି ଥାନା ପୋଲିସ୍‌ । ସତ୍ୟବିହାର ସ୍ଥିତ ଆଲିସାନ କୋଠାରେ ଚଢ଼ଉ ବେଳେ ଓ ମାମଲାର ତଦନ୍ତ ବେଳେ ମିଳିଥିବା ତଥ୍ୟକୁ, କୋର୍ଟଙ୍କ ·ପରେ ଆସି ପୁଲିସ ହସ୍ତାନ୍ତର କରିଛି । କିନ୍ତୁ ଏଯାଏଁ ଇଡ଼ି ପାଖରେ ପହଞ୍ଚିନି ଡିଜିଟାଲ୍‌ ପ୍ରମାଣ । ନାଗ-·ନ୍ଦଠୁ ଜବତ ମୋବାଇଲ୍‌, ଲ୍ୟାପଟପ୍‌, ହାର୍ଡଡିସ୍କ, ସିସିଟିଭିକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଅଥଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏସବୁର ଡିଜିଟାଲ୍‌ ଏଭିଡେନ୍ସକୁ ଇଡ଼ିକୁ ହସ୍ତାନ୍ତର କରାଯାଇ ନାହିଁ । ତଦନ୍ତ ଭାର ନେବାର ଇଡ଼ିକୁ ମାସେ ବିତିଲାଣି । ତଥ୍ୟ ଦେବାରେ ଅବହେଳା କରୁଥିବା ନେଇ ଇଡ଼ି କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା । ତେବେ ଏଭଳି ବିଳମ୍ବର କାରଣ କ’ଣ? ସୁରକ୍ଷିତ ଅଛି ତ ଡିଜିଟାଲ୍‌ ଏଭିଡେନ୍ସ ? ବଡ଼ବଡ଼ିଆଙ୍କ ଲିଙ୍କ ଥିବାରୁ ପାୱାର କର୍ରିଡରର ·ପରେ ନାହିଁ ତ କମିଶନରେଟ୍‌ ପୋଲିସ? ତେବେ ଏନେଇ କମିଶନରେଟ୍‌ ପୋଲିସର ପ୍ରତିକ୍ରିୟା ମିଳିପାରିନି । ଆଉ ମାତ୍ର ୨ ଦିନ ପରେ ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି ସରିବ । ଏଭଳି ସ୍ଥିତିରେ ଡ଼କରା ସତ୍ତେ୍ୱ ନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହେଉନଥିବାରୁ ଅର୍ଚ୍ଚନା ସହ ମୁହାଁମୁହିଁ ଜେରା କରାଯାଇପାରୁନି । ଶ୍ରଦ୍ଧାଞ୍ଜଳି ଏବେ କେଉଁଠି ? କାହିଁକି ସାମ୍ନାକୁ ଆସୁନି ସେ? ତାକୁ ନେଇ ଏବେ ବଢିଛି ସସ୍‌ପେନ୍ସ ।

Leave A Reply

Your email address will not be published.