ଶପଥ ନେଲେ ଏମ୍‌ଏଲ୍‌ଏ ନମ୍ବର ୱାନ

0 46

ଭୁବନେଶ୍ୱର, ୧୨ା୧୨(ଡିକେ ନ୍ୟୁଜ): ବିଧାନସଭାରେ ଏମ୍‌ଏଲଏ ନମ୍ବର ୱାନ୍‌ । ପଦ୍ମପୁର ହେଉଛି ବିଧାନସଭା ଆସନର କ୍ରମିକ ନଂ ୱାନ୍‌ । ଆଜି ବିଧାନସଭାରେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ବର୍ଷା ସିଂ ବରିହା । ତାଙ୍କ କାର୍ଯ୍ୟକାଳ ୧ବର୍ଷ ୫ମାସ ରହିଛି । ଏହି ଉପନିର୍ବାଚନରେ ଯେଉଁଭଳି ସୁପର ଫାଇଟ୍‌ କରି ଜିତିକି ଆସିଛନ୍ତି, ସେ ଏବେ ରାଜ୍ୟର ଚର୍ଚ୍ଚିତ ଚେହେରା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଥିଲେ । ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦ୍ମପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବର୍ଷା ସିଂ ବରିହା ବିଧାୟିକା ଭାବେ ନିର୍ବାଚିତ
ହୋଇଥିଲେ । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଥିସହିତ ବିଧାନସଭାରେ ବିଜେଡି ସଦସ୍ୟ ସଂଖ୍ୟା ୧୧୩ରେ ପହଞ୍ôଚଛି । ଅନ୍ୟପକ୍ଷରେ ବର୍ଷା କହିଛନ୍ତି ସେ ଗ୍ରାଉଣ୍ଡ ଲେବୁଲ୍‌କୁ ଯାଇ କାମ କରିବା ସହିତ ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବେ ।

Leave A Reply

Your email address will not be published.