କେନ୍ଦୁପତ୍ର ତୋଳାଳିଙ୍କୁ ନବୀନଙ୍କ ପ୍ରତିଶ୍ରୁତି ମୁଁ ଆପଣଙ୍କ ସାଥିରେ ସବୁବେଳେ ଅଛି

0 62

ଭୁବନେଶ୍ୱର, ୧୨ା୧୨(ଡିକେ ନ୍ୟୁଜ): କେନ୍ଦୁପତ୍ର ତୋଳାଳିଙ୍କ ସହିତ ମୁଁ ସବୁବେଳେ ଅଛି । ତୋଳାଳି ଓ କର୍ମ·ରୀଙ୍କ ସାଥିରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅସ୍ଥାୟୀ କେନ୍ଦୁପତ୍ର କର୍ମ·ରୀ ସଂଘ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି କର୍ମ·ରୀ ସଂଘ । ବିଭିନ୍ନ ଦାବି ନେଇ କେନ୍ଦୁପତ୍ର ତୋଳାଳି ସଂଘ ସହ ମୁଖ୍ୟମନ୍ତ୍ରୀ
ଗତ ନଭେମ୍ବର ୧୬ ତାରିଖରେ ଆଲୋଚନା କରିଥିଲେ । ହେଲେ ଆଲୋଚନାର ସପ୍ତାହେ ମଧ୍ୟରେ ସମସ୍ତ ଦାବି ପୂରଣ ହେବ ବୋଲି ବିଶ୍ୱାସ କରିନଥିଲେ ଅସ୍ଥାୟୀ କେନ୍ଦୁପତ୍ର କର୍ମ·ରୀ ସଂଘ । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଏବଂ ବନ୍ଧାଳି ଓ ଅନ୍ୟ କର୍ମ·ରୀଙ୍କ ପାଇଁ ୧୫ଶହ ଟଙ୍କା ବୋନସ ପ୍ରଦାନ କରିଛନ୍ତି । ସେହିଭଳି ତୋଳାଳି ଓ ବନ୍ଧାଳି ଏବଂ ଅସ୍ଥାୟୀ କର୍ମ·ରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି ସଂଘ । ସେହିଭଳି ପଦ୍ମପୁରରେ ବିଜେଡିର ବିଜୟକୁ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି ।

Leave A Reply

Your email address will not be published.